• Home
  • News
  • ସ୍କୁଲ୍‌ ପରିସରରେ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା ନିମନ୍ତେ ସିବିଏସଇ ପକ୍ଷରୁ କଡା ବ୍ୟବସ୍ଥା
News

ସ୍କୁଲ୍‌ ପରିସରରେ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା ନିମନ୍ତେ ସିବିଏସଇ ପକ୍ଷରୁ କଡା ବ୍ୟବସ୍ଥା

ଗୁରଗାଓଁ ରିୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ୱିତୀୟ ଷ୍ଟାଣ୍ଡାର୍ଡ଼ ଛାତ୍ର ପ୍ରଦ୍ୟୁମ୍ନ ଠାକୁର ( ୭ବର୍ଷ) ଙ୍କ ହତ୍ୟା ଘଟଣା ପରଠାରୁ ସ୍କୁଲ ପ୍ରତି ଅଭିଭାବକ ମାନଙ୍କର ଚିନ୍ତା ବଢି ଯାଇଛି । ସେମାନଙ୍କ ମନରେ ପ୍ରତିଟି ମୁହୂର୍ତରେ ଶିଶୁମାନଙ୍କର ସୁରକ୍ଷାକୁ ନେଇ ଆଶଙ୍କା ଉପୁଜୁଛି । ଏଥିପାଇଁ ସେମାନେ ସ୍କୁଲ ପ୍ରଶାସନକୁ ଦାୟୀ କରିଛନ୍ତି । ଏହି ଘଟଣା ଉପରେ ପଦକ୍ଷେପ ନେଇ ଗତ ୧୩ ତାରିଖ ଦିନ ସିବିଏସଇ ପକ୍ଷରୁ କଡା ବ୍ୟବସ୍ଥା ହେଇଛି ।

ସିବିଏସଇ ଘୋଷଣା କରିଛି, ସ୍କୁଲ୍‌ ପରିସରରେ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ସ୍କୁଲ୍‌ କର୍ତ୍ତୃପକ୍ଷମାନଙ୍କର । ଗୁରୁଗ୍ରାମ ସ୍କୁଲ୍‌ ହତ୍ୟାକାଣ୍ଡ ପରେ ସୁପ୍ରିମ୍‌ କୋର୍ଟଙ୍କ ଅନୁସନ୍ଧାନର ଉତ୍ତରରେ ସିବିଏସ୍‌ଇ ଏକଥା କହିଛି । ବୁଧବାର ଦିନ ବୋର୍ଡ ‘ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା’ ସଂକ୍ରାନ୍ତ ଏକ ସର୍କ୍ୟୁଲାର୍‌ ସମସ୍ତ ଅନୁବନ୍ଧିତ ସ୍କୁଲ୍‌କୁ ପଠାଇଛି ।

ଦୁଇ ମାସ ମଧ୍ୟରେ ଶିକ୍ଷକ, ଅଣ-ଶିକ୍ଷଣ କର୍ମଚାରୀ, ଝାଡୁଦାର, ବସ୍‌ ଚାଳକ ଏବଂ କଣ୍ଡକ୍ଟର୍‌ଙ୍କ ସମେତ ସମସ୍ତ କର୍ମଚାରୀଙ୍କ ସାଇକୋମେଟ୍ରିକ୍‌ ଟେଷ୍ଟ୍‍ (ମାନସିକ ଅବସ୍ଥାର ପରୀକ୍ଷା) ସମାପନ କରିବାକୁ ଏହି ସର୍କ୍ୟୁଲାର୍‌ରେ ଆଦେଶ ଦିଆଯାଇଛି । ତା’ଛଡ଼ା ସ୍କୁଲ୍‌ ପରିସରସ୍ଥ ବିପଦ ଶଙ୍କୁଳ ସ୍ଥାନ ଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବାକୁ ମଧ୍ୟ ଏଥିରେ ପ୍ରସ୍ଥାବ ଦିଆଯାଇଛି ।

ସ୍କୁଲ୍‌ରେ ନିଯୁକ୍ତି ଦିଆଯାଉଥିବା ସମସ୍ତ ସହାୟକ କର୍ମଚାରୀମାନେ କ୍ଷମତାପ୍ରାପ୍ତ ଏଜେନ୍‌ସିଙ୍କଠାରୁ ଆଣିବା ସହ ସେମାନଙ୍କୁ ଶିଶୁମାନଙ୍କର ନିରାପତ୍ତା ସମ୍ବନ୍ଧରେ ତାଲିମ୍‌ ଦିଆଯାଉ । ସ୍କୁଲ୍‌ ମଧ୍ୟକୁ ବାହାର ଲୋକଙ୍କ ପ୍ରବେଶ ଉପରେ ନିୟନ୍ତ୍ରଣ ରଖାଯାଉ । ସ୍କୁଲ୍‌କୁ ଆସୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ଉପରେ ତୀବ୍ର ଦୃଷ୍ଟି ରଖାଯାଉ ବୋଲି ଏହି ନିର୍ଦେଶାବଳୀରେ ଉଲ୍ଲେଖ ରହିଛି ।

ସ୍କୁଲ୍‌ ପରିସରରେ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା ନିମନ୍ତେ ସିବିଏସଇ ପକ୍ଷରୁ କଡା ବ୍ୟବସ୍ଥା   ସ୍କୁଲ୍‌ ପରିସରରେ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା ନିମନ୍ତେ ସିବିଏସଇ ପକ୍ଷରୁ କଡା ବ୍ୟବସ୍ଥା

ପଢନ୍ତୁ ପୁରୀ ସମୁଦ୍ରରେ ଜୀବନ ରକ୍ଷକ ଜେଟସ୍କି

Related posts

ସମୁଦ୍ର ଭିତରେ ଡଙ୍ଗା ବୁଡି :୪ ମୃତ, ୩୨ ଉଦ୍ଧାର

Krishna Kumar Manoj

Govt Has Made It Mandatory To Print MRP, Other Details Must For Items Sold Online

Krishna Kumar Manoj

ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More