News

ମାର୍ଚ୍ଚ ୫ରୁ ଆରମ୍ଭ ସିବିଏସଇ ପରୀକ୍ଷା : ସିବିଏସଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଡୁକେସନ୍‌ (ସିବିଏସ୍‌ଇ) ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଆସନ୍ତା ମାର୍ଚ୍ଚ ୫  , ୨୦୧୮ରୁ ଆରମ୍ଭ ହେବ। ବୁଧବାର ସନ୍ଧ୍ୟାରେ ପରୀକ୍ଷା ନିମନ୍ତେ ସମୟ ନିର୍ଘଣ୍ଟ ଘୋଷଣା କରିଛି ସିବିଏସ୍‌ଇ।

ଉଭୟ ଶ୍ରେଣୀର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୫ରୁ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଅନ୍ୟପକ୍ଷରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୫ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ଚାଲିବ।

ସିବିଏସଇ ୱେବସାଇଟ ସିବିଏସଇ.ଏନଆଇସି.ଇନ ଓ ସିବିଏସଇଏକାଡେମିକ.ଇନକୁ ଯାଇ ପରୀକ୍ଷାସୂଚୀ ଡାଉନଲୋଡ କରିପାରିବେ । ଏଥର ସିବିଏସଇ ଦଶମ ପରୀକ୍ଷା ୧୬ ଲକ୍ଷ ୩୮ ହଜାର ୫୫୨ ଛାତ୍ରଛାତ୍ରୀ ଦେବେ । ତା ସହ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୧୧ ଲକ୍ଷ ୮୬ ହଜାର ୧୪୪ ଜଣ ଛାତ୍ରଛାତ୍ରୀ  ପଂଜୀକରଣ କରିଛନ୍ତି ।

ଫେବ୍ରୁଆରି ୨୬ ତାରିଖରୁ ଆଇସିଏସ୍‌ଇ ଇଂରାଜୀ ପେପର୍‌ରୁ ପରୀକ୍ଷା ଆରମ୍ଭ କରିବାକୁ ଯାଇ ମାର୍ଚ ୨୭ ତାରିଖ ଦିନ ଗଣିତ ପରୀକ୍ଷା କରାଇବା ପରେ ମାର୍ଚ ୨୮ ତାରିଖ ଦିନ ପରୀକ୍ଷା ସମାପ୍ତି ଘୋଷଣା କରିବ।

ଓଡ଼ିଶାରୁ ଦଶମ ଶ୍ରେଣୀରେ ୧୭ ହଜାର ପିଲା ଥିବାବେଳେ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୧୨ ହଜାର ପିଲା ନାମ ପଞ୍ଜୀକରଣ କରିଥିବା ସିବିଏସଇ ଆଞ୍ଚଳିକ କାର୍ଯ୍ୟାଳୟପକ୍ଷରୁ ସୂଚନା ଦିଆଯାଇଛି।

ପଢନ୍ତୁ ;

ଗୁରୁ ହେବେ ବିଗ ବି ? କଙ୍ଗନାଙ୍କ ପାଇଁ ନୂଆ ସୁଯୋଗ

Related posts

ପୁରୀ ହିଂସା: ପୁଣି ୮ ଗିରଫ

ENO Beuro

୩ ଦେଶରେ ଅଗଷ୍ଟ ୨୫ରୁ ହେବ ମେକ୍ ଇନ୍ ଓଡ଼ିଶା ପାଇଁ ରୋଡ୍ ସୋ

ENO Beuro

ତେଜପ୍ରତାପ ଯାଦବ ନିଖୋଜ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More