Loading...

ଏଣିକି ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ଡିଭିଜନ ବା ଡିଷ୍ଟିନକ୍ସନ ଦେବନି ସିବିଏସଇ

ଏଣିକି ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ଡିଭିଜନ ବା ଡିଷ୍ଟିନକ୍ସନ ଦେବନି ସିବିଏସଇ

ଏଣିକି ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ଡିଭିଜନ ବା ଡିଷ୍ଟିନକ୍ସନ ଦିଆଯିବ ନାହିଁ । ଯଦି କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ବା ରୋଜଗାର ପାଇଁ ମାର୍କ ପ୍ରତିଶତ ଆବଶ୍ୟକ, ତେବେ ଆଡମିସନ୍ ଗ୍ରାଣ୍ଟ ଇନଷ୍ଟିଚ୍ୟୁଟ୍ କିମ୍ବା ନିଯୁକ୍ତିଦାତା ନିଜେ ହିସାବ କରିପାରିବେ ।"

ସିବିଆଇ ବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ନିଜ ମୂଲ୍ୟାଙ୍କନ ଢାଞ୍ଚାରେ ପରିବର୍ତ୍ତନ କରିଛି । ଏଣିକି ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ଡିଭିଜନ ବା ଡିଷ୍ଟିନକ୍ସନ ଦିଆଯିବ ନାହିଁ । ଯଦି କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ବା ରୋଜଗାର ପାଇଁ ମାର୍କ ପ୍ରତିଶତ ଆବଶ୍ୟକ, ତେବେ ଆଡମିସନ୍ ଗ୍ରାଣ୍ଟ ଇନଷ୍ଟିଚ୍ୟୁଟ୍ କିମ୍ବା ନିଯୁକ୍ତିଦାତା ନିଜେ ହିସାବ କରିପାରିବେ ।" ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନାବଶ୍ୟକ ପ୍ରତିଯୋଗିତାକୁ ଦୂରେଇବା ଲକ୍ଷ୍ୟରେ ସିବିଏସ୍ଇ ମେରିଟ୍ ତାଲିକା ପ୍ରକାଶ କରିବାର ଅଭ୍ୟାସକୁ ମଧ୍ୟ ସମାପ୍ତ କରିଥିଲା । ୨୦୨୦ କୋଭିଡ ମହାମାରୀ ସମୟରେ ବୋର୍ଡ ପକ୍ଷରୁ ମେରିଟ୍‌ ତାଲିକା ପ୍ରକାଶ ପାଇନଥିଲା । ସେହି ସମୟରେ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ହାରାହାରି ମାର୍କରୁ ଫଳାଫଳ ଘୋଷଣା କରାଯାଇଥିଲା । ତେବେ ମହାମାରୀ ପରବର୍ତ୍ତୀ ବର୍ଷରେ ମଧ୍ୟ ଏହି ଅଭ୍ୟାସକୁ ପୁନଃସ୍ଥାପିତ ନ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି ।  

 ସିବିଏସଇ ପରୀକ୍ଷା ନିୟନ୍ତ୍ରକ ସାନ୍ୟାମ ଭରଦ୍ବାଜ କହିଛନ୍ତି, "କୌଣସି ସାମଗ୍ରିକ ବର୍ଗ ବା ଡିଭିଜନ, ବିଶେଷ ଦକ୍ଷତା ବା ଡିଷ୍ଟିନକ୍ସନ କିମ୍ବା ମୋଟ ମାର୍କ ଦିଆଯିବ ନାହିଁ । ଯଦି କୌଣସି ପ୍ରାର୍ଥୀ ୫ଟିରୁ ଅଧିକ ବିଷୟ ନେଇଥିବେ, ତେବେ ତାଙ୍କୁ ଆଡମିସନ ଦେଉଥିବା ଉଚ୍ଚ ଶିକ୍ଷାନୁଷ୍ଠାନ କିମ୍ବା ନିଯୁକ୍ତିଦାତା ତାଙ୍କ ପାଇଁ ସର୍ବୋତ୍ତମ ୫ଟି ବିଷୟ ବିଚାରକୁ ନେଇପାରନ୍ତି । ବୋର୍ଡ ମାର୍କଗୁଡିକର ଶତକଡ଼ା ହିସାବ କରେ ନାହିଁ କିମ୍ବା ଘୋଷଣା କରେ ନାହିଁ ।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.