News

ଟ୍ରେନ ଏବଂ ରେଳ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା

railway

ଯାତ୍ରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ବୃଦ୍ଧି କରିବା ପାଇଁ ରେଳ ଷ୍ଟେସନ୍ ଏବଂ ଯାତ୍ରୀବାହୀ ରେଳଗୁଡ଼ିକରେ ସିସିଟିଭି ଲାଗିଥିବା ନୀରିକ୍ଷଣ ବ୍ୟବସ୍ଥା ଯୋଗାଇ ଦେବାକୁ ଯୋଜନା କରିଛି ରେଳ ମନ୍ତ୍ରଣାଳୟ । 8244ଟି ରେଳ ଷ୍ଟେସନ(ହଲ୍ଟ ଷ୍ଟେସନ ମଧ୍ୟ ଅନ୍ତର୍ଭୁକ୍ତ) ଏବଂ 58276ଟି ଯାତ୍ରୀବାହୀ କୋଚରେ ସିସିଟିଭି କ୍ୟାମେରା ଲଗାଯିବାର ଏହି ପ୍ରକଳ୍ପ ପାଇଁ 3771 କୋଟି ଟଙ୍କା ମଞ୍ଜୁର ହୋଇଛି । ଏହା ମଧ୍ୟରେ 983ଟି ଷ୍ଟେସନରେ ସିସିଟିଭି ଲଗାଯିବାର ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ଯେଉଁଥିପାଇଁ ନିର୍ଭୟା ପାଣ୍ଠି ଜରିଆରେ ପ୍ରାୟ 500କୋଟି ଟଙ୍କା ଖର୍ଚ୍ଚ କରାଯିବ ।

railway

ରେଳବାଇ ଉପରେ ନିୟନ୍ତ୍ରଣ ରଖିବା ଏକ ଜାତୀୟ ବିଷୟବସ୍ତୁ ହୋଇଥିବାରୁ ଅପରାଧ ନିୟନ୍ତ୍ରଣ, କେସ୍ ପଞ୍ଜିକରଣ ତଥା ସେଗୁଡ଼ିକର ତଦନ୍ତ କରିବା ଏବଂ ରେଳବାଇ ପରିସର ତଥା ଚଳନ୍ତା ଟ୍ରେନ୍ ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଏବଂ ରେଳ ଟ୍ରାକ୍ ଓ ସେତୁ ଗୁଡ଼ିକର ସୁରକ୍ଷା ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ୱ ଯାହା ସିଏ ସରକାରୀ ରେଳ ପୁଲିସ (GRP) ଏବଂ ଜିଲ୍ଲା ପୁଲିସ ଜରିଆରେ ସମ୍ପାଦନ କରିବେ । ତେବେ ଯାତ୍ରୀ ତଥା ରେଳବାଇ ପରିସରରେ ସର୍ବୋତ୍ତମ ସୁରକ୍ଷା ଯୋଗାଇଦେବାରେ ଜିଆରପିର ପ୍ରୟାସକୁ ରେଳ ସୁରକ୍ଷା ବଳ(RPF) କାର୍ଯ୍ୟକାରୀ କରିବ ।

ସ୍ଥାନ, ବିଭାଗ, ଡକାୟତି, ଲୁଟ୍ ଭଳି ଅପରାଧପ୍ରବଣ ଟ୍ରେନ ଓ ଷ୍ଟେସନରେ ନିୟମିତ ବିଶ୍ଳେଷଣ କରାଯିବ । ସେହି ଅନୁସାରେ ଜିଆରପି/ଜିଲ୍ଲା ପୁଲିସ ସହଯୋଗରେ ଯାତ୍ରୀ ନିରାପତ୍ତା ତଥା ସେମାନଙ୍କ ଜିନିଷପତ୍ର ଉପରେ ନଜରଦାରି କରିବା ସକାଶେ କର୍ମଚାରୀ ନିଯୁକ୍ତି, ପାଟ୍ରୋଲିଂ ଭଳି ଆଦି ସୁରକ୍ଷା ବ୍ୟବସ୍ଥା ମଧ୍ୟ ନିଆଯିବ ।

ଲୋକସଭାରେ ଆଗତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଉପରୋକ୍ତ ସୂଚନା ଦେଇଛନ୍ତି ରେଳ ରାଷ୍ଟ୍ର ମନ୍ତ୍ରୀ ରାଜେନ ଗୋହେନା

ପଢନ୍ତୁ; ଶୀତଦିନେ ହାତକୁ କିପରି ରଖିବେ ନରମ? ଜାଣନ୍ତୁ କିଛି ଘରୋଇ ଉପଚାର

Related posts

ହୋଲି ପାଳିବେନି ଅର୍ଦ୍ଧ-ସାମରିକ ବାହିନୀ

Ratnamani Moharana

ସୁକମାରେ ଗୁଳି ବିନିମୟ, ୮ ମାଓବାଦୀ ନିହତ

ENO Beuro

ଛତିଶଗଡ ଯୋଗୁଁ ମହାନଦୀରେ ବନ୍ୟା ଆଶଂକା ସୃଷ୍ଟି ହୋଇଛି:ଦେବି ମିଶ୍ର

ENO Beuro

Leave a Comment