News

ଯୁକ୍ତ ୨ ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି

cctv

ମୂଲ୍ୟାୟନକାରୀଙ୍କ ଉପରେ ରହିବ କଡା ନଜର

ଯୁକ୍ତ୨ ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ଲାଗିବ ସିସିଟିଭି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ସମସ୍ତ ମୂଲ୍ୟାୟନ ଜୋନ୍‌ର ସୁପରଭାଇଜରଙ୍କୁ ଚିଠି ଲେଖିଛନ୍ତି।

ଅନେକ ସମୟରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମୂଲ୍ୟାୟନରେ ତ୍ରୁଟି, କମ ମାର୍କ ଏବଂ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ଆଣୁଛନ୍ତି । ଏହାକୁ ନଜରରେ ରଖି ପଦକ୍ଷେପ ନେଇଛି ଉଚ୍ଚ ଶିକ୍ଷା ବିଭାଗ । ଉଭୟ ଅଫଲାଇନ ଏବଂ ଅନଲାଇନ ଖାତା ଦେଖା ସ୍ଥାନରେ ସିସିଟିଭି ଲାଗିବ। ଏହାସହ ଷ୍ଟ୍ରଙ୍ଗ ରୁମ୍‌କୁ ମଧ୍ୟ ସିସିଟିଭି ନିରୀକ୍ଷଣରେ ରଖାଯିବ। ମୂଲ୍ୟାୟନ ସମୟରେ ତ୍ରୁଟିକୁ ଏଡ଼ାଇବା ଏବଂ ମୂଲ୍ୟାୟନକାରୀଙ୍କ ଉପରେ ନଜର ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ପରିଷଦ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଆସନ୍ତା ମାର୍ଚ୍ଚ ୭ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ।

ପଢନ୍ତୁ;  ପୁଲୱାମା ଆକ୍ରମଣରେ ଦୁଇ ଓଡିଆ ଯବାନ ସହିଦ

Related posts

ରାଜ୍ୟ ସରକାର ଶହୀଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା, ଯାତ୍ରା କାଳରେ ମିଳିବ ଲାଇଫ ଜ୍ୟାକେଟ

ENO Beuro

ଥରୁଛି ଆଭ୍ୟନ୍ତରୀଣ ଓଡିଶା,ପାରଦ ଖସିଲା ୮ ଡିଗ୍ରୀକୁ

ENO Beuro

ଜମି ଦୁର୍ନୀତି ମାମଲା: ଜୟପୁର ଇଡିରେ ହାଜର ହେଲେ ରବର୍ଟ ଭଦ୍ରା

ENO Beuro

Leave a Comment