News

ଶ୍ରୀମନ୍ଦିର ଜଗମୋହନରେ ଲାଗିବ ସିସିଟିଭି !

ଖୁଣ୍ଟିଆ ସେବାୟତ ମଦନ ମୋହନ ଖୁଣ୍ଟିଆ ଏବଂ  ମେକାପ ସେବାୟତ ସୋମନାଥ ମେକାପଙ୍କୁ ସେବାରୁ ନିଲମ୍ବିତ କରାଯାଇଛି

ଶ୍ରୀମନ୍ଦିର ଜଗମୋହନରେ ଲାଗିବ ସିସିଟିଭି । ପ୍ରଥମେ ବ୍ରହ୍ମ ବିଭ୍ରାଟ, ନୀତି ବିଭ୍ରାଟ ଏବଂ ଏବେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଧାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ମାଡ଼ ମାରିବା ଘଟଣା ଓଡ଼ିଶାକୁ ଲଜ୍ଜିତ କରିଛି । ତେବେ ଏସବୁ ଉପରେ ରୋକ ଲଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଏକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଭିତରକାଠ ପାଖରେ ଏହି କ୍ୟାମେରା ଲାଗିବ । ଶ୍ରୀଜିଉଙ୍କ ନୀତିକାନ୍ତି ବେଳେ କ୍ୟାମେରାକୁ ବନ୍ଦ ରଖାଯିବ । ଅନ୍ୟପଟେ ଶ୍ରୀମନ୍ଦିର ଭିତରକାଠ ନିକଟରେ ଭକ୍ତଙ୍କୁ ମାଡ଼ ମରାଯିବା ଘଟଣାରେ ଦୁଇଜଣ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଖୁଣ୍ଟିଆ ସେବାୟତ ମଦନ ମୋହନ ଖୁଣ୍ଟିଆ ଏବଂ  ମେକାପ ସେବାୟତ ସୋମନାଥ ମେକାପଙ୍କୁ ସେବାରୁ ନିଲମ୍ବିତ କରାଯାଇଛି । ସେବାୟତ ନିଯୋଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।

ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ କହିଛନ୍ତି,“ଯାତ୍ରୀଙ୍କୁ  ମାଡ଼ ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୁଇ  ସେବାୟତଙ୍କୁ ନିଲମ୍ବିତ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି ।”  ପୋଲିସ ଘଟଣାସ୍ଥଳକୁ ଯାଇ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରିଥିଲା । ହେଲେ ଜଗମୋହନରେ ସିସିଟିଭି ନ ଥିବାରୁ ତଦନ୍ତ କାଠିକାର ପାଠ ହୋଇଛି ।

ପଢନ୍ତୁ ;

ଫ୍ଲେ ଅଫରୁ ମୁମ୍ବାଇ ଇଣ୍ଡିଆନ୍ସ ବିଦା ହେବା ପରେ ଖୁସି ଜାହିର କଲେ ପ୍ରୀତି ଜିଂଟା !

Related posts

କଂଗ୍ରେସ ବି ମୁସଲମାନଙ୍କ ପ୍ରତି ନିଷ୍ଠୁର:ମାୟ।ବତୀ

ENO Beuro

ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ

ENO Beuro

ପରପାରିରେ ଗୀତିକବି ରସରାଜ !

ENO Beuro

Leave a Comment