ଅନେକ ଲୋକ ରାସ୍ତା ଉପରେ କିମ୍ୱା ରାସ୍ତା କଡ଼ରେ ଅନେକ ସମୟରେ ନିଜର ଜନ୍ମ ଦିନ ପାଳନ କରନ୍ତି। ଖାସ କରି ଅଧିକ ଯୁବଗୋଷ୍ଠୀ ଏପରି କରିଥାନ୍ତି। ଯାହାକି ତାଙ୍କ ପାଇଁ ବିପଦଜନକ। ଏମିତିକି ରୋଡ ସେଫ୍ଟି ବିଷୟରେ ସେମାନେ କିଛି ବି ଚିନ୍ତା କରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ଆପଣଙ୍କୁ ସଚେତନ ହେବାକୁ ପଡିବ। କାରଣ ଲକ୍ଷ୍ନୌରେ ଏପରି ଏକ ଘଟଣା ଘଟିଛି ଯାହା ପରେ ଆପଣ ସତର୍କ ହୋଇଯିବା ଉଚିତ୍। କାରଣ ରାସ୍ତାରେ ଜନ୍ମ ଦିନ ପାଳନ କରିବା ସମୟରେ ରୋଡ ଖରାପ ହେବା ପରେ ବ୍ୟକ୍ତିଙ୍କୁ ଦେବାକୁ ପଡ଼ିଛି ଟଙ୍କା।
ଲକ୍ଷ୍ନୌ ବ୍ୟକ୍ତି ରାସ୍ତାରେ ଜନ୍ମଦିନ ପାଳନ କରିଥିବା ବେଳେ, କେକ୍ ପାଇଁ ରାସ୍ତା ଖରାପ ହୋଇଥିଲା। ଯାହା ପାଇଁ ଜନ୍ମଦିନ ପାଳନ କରିଥିବା ବ୍ୟକ୍ତି ସେଠାରେ ରାସ୍ତା ସଫା କରିଥିଲେ।ଏଥିପାଇଁ ଏକ ଭିଡ଼ିଓ ମଧ୍ୟ କରାଯାଇଛି। ରାସ୍ତାରେ ନିଜ ଜନ୍ମ ଦିନରେ ଜଣେ ଯୁବକ ତାଙ୍କ ବନ୍ଧୁଙ୍କ ସହ କେକ୍ କଟିଙ୍ଗ କରିଥିଲେ। ଏମିତିକି ରାସ୍ତାର ଅବସ୍ଥା ଖରାପ କରିଦେଇଥିଲେ। ଯାହାପାଇଁ ସଂପୃକ୍ତ ବ୍ୟକ୍ତି ଖାଲି ହାତରେ ଖରାପ ହୋଇଥିବା ରାସ୍ତା ସଫା କରିଥିଲେ।
ଏମିତିକି ଆଖପାଖର ଲୋକମାନେ ଖାଲି ହାତରେ ରାସ୍ତା ସଫା କରୁଥିବା ବ୍ୟକ୍ତିଙ୍କୁ ଅନାଇଥିବାର ଦେଖିବାକୁ ମିଳିଛି ଭିଡ଼ିଓରେ। ବ୍ୟକ୍ତିଙ୍କୁ ପୋଲିସ ଅଧିକାରୀମାନେ ରାସ୍ତା ସଫା କରିବାକୁ କହିଥିଲେ। ଉତ୍ତରପ୍ରଦେଶ ଲକ୍ଷ୍ନୌର ଏହି ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ପରେ ଅନେକ ଉପଭୋକ୍ତା ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ଭୁଲକୁ ସଂଶୋଧନ କରିଥିବାରୁ ଇନ୍ସପେକ୍ଟରଙ୍କୁ ପ୍ରଶଂସା କରିବାକୁ ଆସିଥିଲେ। ଜଣେ ଉପଭୋକ୍ତା ଆଗକୁ ଆସି ଲେଖିଛନ୍ତି ଯେ ଇନ୍ସପେକ୍ଟର ସଠିକ୍ କାର୍ଯ୍ୟ କରିଛନ୍ତି। ଯଦି ଆଗକୁ କୌଣସି ବ୍ୟକ୍ତି ଏପରି କରନ୍ତି ତେବେ ତାଙ୍କୁ ରାସ୍ତା ଖରାପ କରିବା ପାଇଁ ଜରିମାନା ମଧ୍ୟ ଦେବାକୁ ପଡ଼ିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।