February 17, 2019

ଏଥର ଚାଷୀଙ୍କ ଖାତାକୁ ସିଧାସଳଖ ୪୦୦୦ ଟଙ୍କା ଦେବେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ବର୍ତମାନ ଚାଷୀଙ୍କ ଖାତାକୁ ଦୁଇ ନୁହେଁ ସିଧା ଦେବେ ୪୦୦୦ ଟଙ୍କା। ଏହି ସୂଚନା  ଜାତୀୟ ଗଣମାଧ୍ୟମକୁ  ଦେଇଛନ୍ତି କୃଷି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ। କେନ୍ଦ୍ର ସରକାର କୃଷକଙ୍କ ପାଇଁ ଯେଉଁ ଯୋଜନା କରିଛନ୍ତି, ସେ ଅନୁସାରେ ପ୍ରତ୍ୟେକ କିସ୍ତିରେ ଚାଷୀଙ୍କୁ ଫସଲ କରିବା ପାଇଁ ପ୍ରଧାନମନ୍ତ୍ରୀ  ୨୦୦୦ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ।କିନ୍ତୁ ଇଲେକଶନ ପୂର୍ବରୁ ଏକ କାଳୀନ ଦୁଇଟି କିସ୍ତିର ଟଙ୍କା ଚାଷୀଙ୍କ ଖାତାକୁ ଯିବ ବୋଲି କୃଷି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଜଣେଇଛନ୍ତି।

ଅନ୍ତରୀଣ ବଜେଟରେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ନାଁରେ ପ୍ରତ୍ୟେକ୍ଷ ଆୟ ସହାୟତା ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ୧୨ କୋଟି ଚାଷୀଙ୍କୁ ପ୍ରତିବର୍ଷ ୬୦୦୦ କୋଟି ଟଙ୍କା ସହାୟତା ଦିଆଯିବ।ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିସ୍ତିରେ ଦିଆଯିବ।ଏହି ନିୟମ ଅନୁସାରେ ଦୁଇ ହେକଟର ଯାଇଁ ଚାଷ କରୁଥିବା ଚାଷୀମାନେ ଏହି ଯୋଜନାରୁ ଉପକୃତ ହେବେ।

ଏହି ଯୋଜନା ଚଳିତ ଆର୍ଥିକ ବର୍ଷରେ ୨୦୧୮ ଡିସେମ୍ବର ୧ରୁ ଆରମ୍ଭ କରାଯିବ ଏବଂ ୨୦୧୯ ମାର୍ଚ୍ଚ ଯାଏଁ ସହାୟତା ପ୍ରଥମେ ୨୦୦୦ ଟଙ୍କା କିସ୍ତି ଭାବରେ ଦିଆଯିବ। ଅଧିକାରୀ କହିଛନ୍ତି ଯେ ରାଜ୍ୟ ସରକାର ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଶା କରାଯାଉଛି ହିତାଧିକାରୀଙ୍କ ତାଲିକା ଖୁବ୍‌ ଶୀଘ୍ର ପ୍ରସ୍ତୁତ ହୋଇଯିବ।କର୍ଣ୍ଣାଟକ,ଆନ୍ଧ୍ରପ୍ରଦେଶ,ଗୁଜୁରାଟ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ଜମିର ରେକର୍ଡକୁ ଡିଜିଟାଲ୍‌ କରାଯାଇଛି।ତେଲେଙ୍ଗାନା,ଓଡ଼ିଶା ଏବଂ ଝାଡ଼ଖଣ୍ଡ ନିକଟରେ ତଥ୍ୟ ଅଛି।ଲୋକସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦୁଇ କିସ୍ତିରେ ଟଙ୍କା ଦିଆଯିବା ପାଇଁ ଆମେ ଯୋଜନା ପ୍ରସ୍ତୁତ କରାଯାଇଛି।

ପଢନ୍ତୁ:ସରକାରଙ୍କ ଷଷ୍ଠ ତଥା ଅନ୍ତିମ ବଜେଟ ସଂସଦରେ ପାସ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More