EnewsOdia.Com

ବ୍ୟାନ୍ ହେବ ପବଜୀ ଗେମ୍!

ଏବେ ସମସ୍ତେ ପବଜୀ ଖେଳରେ ମତୁଆଲା । ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଖେଳ ପଛରେ ପଡିଛନ୍ତି । ଏଥିପାଇଁ ଅନେକ ଦୁର୍ଘଟଣା ମଧ୍ୟ ହେଉଛି । ମାତ୍ର ଏବେ ପଞ୍ଜାବ-ହରିଆଣା ହାଇକୋର୍ଟର ଆଦେଶ କ୍ରମେ କେନ୍ଦ୍ର ସରକାର ପବଜୀ ବ୍ୟାନ୍ କରିବାକୁ ନେଇ ଆଲୋଚନା କରୁଛନ୍ତି । ଏନେଇ କେନ୍ଦ୍ରୀୟ ସଂଚାର ଏବଂ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରାଳୟର ସାଇବର ଓ ଇ-ସିକ୍ୟୁରିଟି ନିର୍ଦ୍ଦେଶକ ଓ ବରିଷ୍ଠ ବୈଜ୍ଞାନିକ ଭି.କେ ତ୍ରିବେଦୀ ସୂଚନା ଦେଇଛନ୍ତି ।

ସେ ଚିଠି ମାଧ୍ୟମରେ କହିଛନ୍ତି କି, ପବଜୀ ବ୍ୟାନ୍ ହେବାକୁ ନେଇ ବିଚାର କରାଯାଉଛି । ଏହି ମାମଲାରେ ହାଇକୋର୍ଟର ଓକିଲ ଏଚସୀ ଅରୋଡା ,ପଞ୍ଜାବ ଏବଂ ହରିଆଣା ହାଇକୋର୍ଟରେ ପିଟିସନ୍ ଦାଖଲ କରି କୋର୍ଟକୁ ଦାବି କରିଥିଲେ କି କେନ୍ଦ୍ରକୁ ପବଜୀ ଗେମ୍ ବ୍ୟାନ୍ କରିବା ପାଇଁ ଆଦେଶ ଦିଆଯାଉ । ଏହା ଏଭଳି ଏକ ଖେଳ ଯାହା ପିଲାଙ୍କୁ ବିଗାଡି ଦେଉଛି ।

ପିଟିସନ୍ ଅନୁସାରେ, ପିଲାମାନେ ଘଣ୍ଟା ଘଣ୍ଟା ଧରି ଏହି ଗେମ୍ କୁ ଖେଳୁଛନ୍ତି । ସେଥିପାଇଁ ସେମାନଙ୍କ ଶାରିରୀକ ଏବଂ ମାନସିକ ବିକାସ ଧିମା ହୋଇଯାଇଥାଏ । ଏହି ଖେଳରେ ଖେଳାଳୀମାନେ ଅସ୍ତ୍ରଶସ୍ତ୍ର ଧାରଣ କରି ହିଂସ୍ର ହୋଇ ଅନ୍ୟ ଉପରେ ହମଲା କରିଥାନ୍ତି । ଯେଉଁଥିପାଇଁ ପିଲାଙ୍କ ମଧ୍ୟରେ ବି ହିଂସ୍ର ପ୍ରବୃତି ବଢିଥାଏ ।

ପଢନ୍ତୁ: ହସପିଟାଲରୁ ଘରକୁ ଯାଉଥିବା ଜଣେ ୯୧ ବର୍ଷିୟା ମହିଳା କଲେ ଜବରଦସ୍ତ ଡ୍ୟାନ୍ସ

ସମ୍ବନ୍ଧିତ ଖବର

ଚନ୍ଦ୍ରଭାଗାରେ ଅଲିଭ୍ ରି‌ଡ୍‌ଲେଙ୍କ ବାଟ ଓଗାଳିଛି ଇକୋ ରିଟ୍ରିଟ୍

Ratnamani Maharana

ବିଷାକ୍ତ କେମିକାଲରେ ତିଆର ହେଉଛି ‘ମଦ’, ଢ଼ୋକେ ପିଇଲେ ପାଞ୍ଚ ମିନିଟରେ ହେବ ମୃତ୍ୟୁ

Ratnamani Maharana

ପଦୋନ୍ନତିରୁ ବଞ୍ଚିତ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ଅଦାଲତ

Ratnamani Maharana

୨୮ ତାରିଖରେ ବାତ୍ୟା ନେଇ ସୋସିଆଲ ମିଡିଆରେ ଗୁଜବ

Ratnamani Maharana

ସାତକୋଶିଆରୁ ଫେରିଯିବ ସୁନ୍ଦରୀ

Ratnamani Maharana

ମେଡିକାଲ ବୁଲୁଛନ୍ତି କିନ୍ତୁ ଗୁହାରି ଶୁଣିବାକୁ ସମୟ ନାହିଁ ପାଣ୍ଡିୟାନଙ୍କୁ !

Ratnamani Maharana