News

ବାତ୍ୟା ଫନି କ୍ଷୟକ୍ଷତିର ଅନୁଧ୍ୟାନପରେ ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ରୀୟ ଟିମ୍‌ର ଆଲୋଚନା

ବାତ୍ୟା ଫନି କ୍ଷୟକ୍ଷତି ନେଇ ସରିଲା କେନ୍ଦ୍ରୀୟ ଟିମ୍‌ର ଅନୁଧ୍ୟାନ

ଦୁଇ ଦିନ ଧରି ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ପରେ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ ।ଆଲୋଚନା ପରେ ଏସଆରସି କହିଛନ୍ତି ଯେ, ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଯୋଗୁଁ ରାଜ୍ୟର ପ୍ରାୟ ୧୨ ହଜାର କୋଟି ଟଙ୍କାର କ୍ଷତି ହୋଇଛି। ତେବେ ବାସ୍ତବିକ ତଥ୍ୟ ହାସଲ ପାଇଁ ଆଜିଠାରୁ ଘରକୁ ଘର ବୁଲି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସର୍ଭେ କରିବେ। ଏହାପରେ କ୍ଷୟକ୍ଷତିର ପରିମାଣ ବଢ଼ିପାରେ ବୋଲି ଏସ୍ଆରସି କହିଛନ୍ତି। ମାସ ଶେଷ ସୁଦ୍ଧା କ୍ଷୟକ୍ଷତି ନେଇ ଚୂଡ଼ାନ୍ତି ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ପ୍ରଥମ ଥର ପାଇଁ ଏଭଳି ହୋଇଛି, ଯେଉଁଥିରେ କି କୌଣସି ଆପଦକାଳୀନ ସ୍ଥିତିର ମାତ୍ର ୧୦ ଦିନ  ମଧ୍ୟରେ କୌଣସି କେନ୍ଦ୍ରୀୟ ଦଳ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି । ଆମ ଟିମ୍ ଗତ ଦୁଇ ଦିନ ମଧ୍ୟରେ ବହୁ ଜାଗା ବୁଲି ଦେଖିଛନ୍ତି । କିନ୍ତୁ ରାଜ୍ୟ ସରକାର ଯେଉଁ ଗତିରେ କାମ କରିଛନ୍ତି ତାହା ନିଶ୍ଚୟ ପ୍ରଶଂସାଯୋଗ୍ୟ ।

ପଢନ୍ତୁ: ଫେସବୁକ୍‌ର ନୂଆ ଫିଚର: ଆଉ କରି ହେବନି ଅଶ୍ଳୀଳ ଭିଡିଓର ଲାଇଭ୍‌ !

Related posts

୧୫ ଦିନର ଶିଶୁକୁ ମାରିଲା କିଏ ! ମାଙ୍କଡ ନା ମଣିଷ

ENO Beuro

କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ନବୀନଙ୍କ ଚିଠି

ENO Beuro

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ରାଷ୍ଟ୍ରୀୟ ଔଷଧୀୟ ଚାରା ବୋର୍ଡର ସପ୍ତମ ବୈଠକ

ENO Beuro

Leave a Comment