News

ଫନି’ ବିପନ୍ନଙ୍କୁ ୧୦ ଲକ୍ଷ ଲିଟର କିରୋସିନୀ ସହାୟତା କରିବ ପେଟ୍ରୋଲିୟମ ମନ୍ତ୍ରାଳୟ

ଫନି’ ବିପନ୍ନଙ୍କୁ ସହାୟତା

 ଫନି’  ବିପନ୍ନଙ୍କ ପାଇଁ ଏବେ ଭଗବାନ ହୋଇ ଉଭା ହୋଇଛି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ। ଫନି ପରେ ଏବେ ଏଥିରେ ପ୍ରଭାବିତ ରାଜ୍ୟର ଲୋକ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ଗୁଡିକ ମଧ୍ୟରେ ରହିଛି କିରୋସିନୀର ଅଭାବ। ବାତ୍ୟାପରେ ସହର ଓ ଗାଁରେ ବିଦ୍ୟୁତ ସରବରାହ ସମ୍ପୂର୍ଣ ରୂପେ ବନ୍ଦ ରହିଛି। ଏହି ସମୟରେ ବିପନ୍ନଙ୍କ ଏକମାତ୍ର ସାହାରା କିରାସିନି ଅନ୍ଧାର ହେଲେ ଖୋଜପଡୁଛି କିରୋସିନୀ। ତେବେ ଏହି ସମୟରେ କିରୋସିନୀର ଅଭାବ ପରିଲିଖିତ ହୋଇଛି। କଳା ବ୍ୟବସାୟୀମାନେ ଏହାର ଫାଇଦା ଉଠାଇ ଏହାର ମୂଲ୍ୟ ବହୁ ଅଧିକ କରିଦେଇଛନ୍ତି ଏହି ଭଳି ସମୟରେ ପେଟ୍ରୋଲିୟମ ବିଭାଗ ଓଡ଼ିଶାକୁ ୧୦ ଲକ୍ଷ ଲିଟର କିରୋସିନୀ  ଦେବବାକୁ ଯାଉଛି।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପ୍ରଭାବିତଙ୍କୁ ମାଗଣାରେ କିରୋସିନୀ ଯୋଗାଇ ଦେବାପାଇଁ ପେଟ୍ରୋଲିୟମ ମନ୍ତରାଳୟକୁ ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ପିଏସୟୁ ସିଏସାଇଆର ଫଣ୍ଡରୁ ୩.୨୦ କୋଟି ଟଙ୍କା ଦେବାକୁ ବ୍ୟବସ୍ଥା କରିଛନ୍ତି।  ଧର୍ମେନ୍ଦ୍ର ଏକ ପ୍ରେସ ବିଜ୍ଞପ୍ତି ଯୋଗେ କହିଛନ୍ତିକି, ଓଡିଶାର ଏହି ବିପତ୍ତି ଓ ଦୁଃଖଦ ମୁହୂର୍ତ୍ତରେ ବାତ୍ୟା ପ୍ରପୀଡିତ ସହ ରହିଛି। ରିଲିଫ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗେଇଦେବାକୁ ମନ୍ତରାଳୟ ପ୍ରତିଶ୍ରୁତି ବଦ୍ଧ।

ପଢନ୍ତୁ: ‘ଫନି’ ପାଇଁ ଓଡିଶାବାସୀଙ୍କୁ ଆତଙ୍କିତ ନହେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Related posts

ତିନି ତଲାକ ଅଧ୍ୟାଦେଶକୁ କ୍ୟାବିନେଟ୍‍ ମଞ୍ଜୁରୀ

ENO Beuro

ସ୍ୱଚ୍ଛ ମିଶନରେ ସହଯୋଗ ପାଇଁ ପ୍ରସ୍ତାବ ଦେଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ

ENO Beuro

The Odisha Government Has Decided To Open 30 New Courts To Solve Pending Cases

ENO Beuro

Leave a Comment