News

ଫନି କ୍ଷୟକ୍ଷତି ଆକଳନ କରୁଛନ୍ତି ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍

ବାତ୍ୟା ‘ଫନି’ର କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍  ବୁଲି ଦେଖୁଛନ୍ତି କ୍ଷତିଗ୍ରସ୍ତ ସ୍ଥାନ। କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ୧୧ଜଣିଆ ଟିମ୍ ଏସଆରସିଙ୍କ ସହ ଆଲୋଚନା ପରେ ଦୁଇ ଭାଗରେ ବିଭକ୍ତ ହୋଇ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି । ଆଜି କେନ୍ଦ୍ରୀୟ ଟିମ୍ ପୁରୀ ଏବଂ କଟକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ ।

ଆସନ୍ତାକାଲି ଗୋଟିଏ ଟିମ୍‌ ସବୁଠୁ ଅଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକରେ ଅନୁଧ୍ୟାନ କରିଥିବା ବେଳେ ଆଉ ଗୋଟିଏ ଟିମ୍‌ ଖୋର୍ଦ୍ଧା, ବାଲିପାଟଣା, ଜଟଣୀ ଓ ଭୁବନେଶ୍ୱର ବ୍ଲକ୍‌ରେ କ୍ଷୟକ୍ଷତିର ଆକଳନ କରିଥିଲେ। ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ ପରେ ଆସନ୍ତାକାଲି ମୁଖ୍ୟ ଶାସନ ସଚିବ ଓ ରାଜ୍ୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ଏହାପରେ ଦିଲ୍ଲୀ  ଫେରି କେନ୍ଦ୍ରୀୟ ଟିମ୍ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ।

ପଢନ୍ତୁ: ଆଗାମୀ ୫ ଦିନ ରାଜ୍ୟରେ କାଳବୈଶାଖୀ: ଘଡଘଡି ସାଙ୍ଗକୁ ବର୍ଷା ପବନ

Related posts

୮୬ ବର୍ଷରେ ପଦାର୍ପଣ କଲେ ମନମୋହନ ସିଂହ

ENO Beuro

ଉତ୍କଳ ଗୌରବ ମଧୁସୂଦନଙ୍କ ଆଜି ଜୟନ୍ତୀ

ENO Beuro

ଘୂର୍ଣ୍ଣିବଳୟ ଦୁର୍ବଳ ହେଲା

ENO Beuro

Leave a Comment