News

ବାତ୍ୟା ‘ଫନି’ ପାଇଁ ଓଡିଶାକୁ ୩୪୧ କୋଟି ସହାୟତା ଦେଲା କେନ୍ଦ୍ର

ସାମୁଦ୍ରିକ ଝଡ଼ ‘ଫନି’ ଓଡ଼ିଶା  ମୁହାଁ ହେବା ସହ ବେଳକୁ ବେଳ ଭୟଙ୍କର ରୂପ ନେଉଛି। ମଙ୍ଗଳବାର ଏହା ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ସ୍ଥଳଭାଗ ଛୁଇଁବା ପରେ ଏହା ବାତ୍ୟାର ରୂପ ନେବ। ଆସନ୍ତା ୩ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ଓଡ଼ିଶାର ପୁରୀ ଜିଲା ଅନ୍ତର୍ଗତ ଚନ୍ଦ୍ରଭାଗା ଏବଂ ସାତପଡ଼ା  ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହାର ମୁକାବିଲା ପାଇଁ କେନ୍ଦ୍ର ଗୃହ ବିଭାଗ ଓଡିଶା ପାଇଁ ୩୪୦ କୋଟି ୮୭ ଲକ୍ଷ  ଟଙ୍କା ଆଗୁଆ ସହାୟତା ଘୋଷଣା କରିଛନ୍ତି ।

ଓଡ଼ିଶା ସମେତ ଚାରିଟି ରାଜ୍ୟକୁ  ୧୦୮୬ କୋଟି ଟଙ୍କାର ଆଗୁଆ ସହାୟତା ପ୍ରଦାନ କରାଯିବ । ଏଥିରେ ଓଡ଼ିଶାକୁ ୩୪୦.୮୭ କୋଟି ,ଆନ୍ଧ୍ର ପ୍ରଦେଶକୁ ୨୦୦.୨୫କୋଟି, ତାମିଲନାଡ଼ୁକୁ ୩୦୯.୩୭କୋଟି ଓ ପଶ୍ଚିମବଙ୍ଗକୁ ୨୩୫.୫୦କୋଟି ଟଙ୍କା ସହାୟତା ରାଶି ଦିଆଯିବ  ।ଓଡ଼ିଶାକୁ ସର୍ବାଧିକ ୩୪୦.୮୭୫ କୋଟି ଟଙ୍କା ଦେବାକୁ କୁହାଯାଇଛି। ସୂଚନାଯୋଗ୍ୟ, ‘ଫୋନି’ର ପ୍ରଭାବ ଓଡ଼ିଶାରେ ସବୁଠୁ ଅଧିକ  ପଡ଼ିବ ବୋଲି ଆଶଙ୍କା କରାଯାଉଛି।

ପଢନ୍ତୁ: ପୁରୀରେ ଧସେଇ ପଶିବ ବାତ୍ୟା ‘ଫନି’

Related posts

‘ଆମ ଘରେ ଏଲ୍ଇଡି’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଖଡଗପୁର-ଭୁବନେଶ୍ୱର ପାସେଞ୍ଜର , ଯାତ୍ରୀ ସୁରକ୍ଷିତ

ENO Beuro

ଓଲାନ୍ଦେ-ରାହୁଲ ଗୋପନ ବୁଝାବଣା:ଜେଟଲି

ENO Beuro

Leave a Comment