Loading...

ଡିପ୍‌ଫେକ୍ ନିୟମ ନମାନିଲେ ସାମାଜିକ ଗଣମାଧ୍ୟମ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଡିପ୍‌ଫେକ୍ ନିୟମ ନମାନିଲେ ସାମାଜିକ ଗଣମାଧ୍ୟମ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଡିପଫେକ୍ ସମସ୍ୟାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।ସାମାଜିକ ଗଣମାଧ୍ୟମକୁ ସରକାର କହିଛନ୍ତି ଯେ ଯେଉଁ ବ୍ୟବହାରକାରୀ ଡିପ୍‌ଫେକ୍‌ର ଶିକାର ହୋଇଛନ୍ତି ସେହି କାର୍ଯ୍ୟ ଆଇଟି ନିୟମ ଅନୁସାରେ ବେଆଇନ ହୋଇଥିବା ବେଳେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ବିଭିନ୍ନ ଧାରା ମଧ୍ୟ ଉଲ୍ଲଂଘନ କରୁଛି।‌

ଡିପଫେକ୍ ସମସ୍ୟାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।ସାମାଜିକ ଗଣମାଧ୍ୟମକୁ ସରକାର କହିଛନ୍ତି ଯେ ଯେଉଁ ବ୍ୟବହାରକାରୀ ଡିପ୍‌ଫେକ୍‌ର ଶିକାର ହୋଇଛନ୍ତି ସେହି କାର୍ଯ୍ୟ ଆଇଟି ନିୟମ ଅନୁସାରେ ବେଆଇନ ହୋଇଥିବା ବେଳେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ବିଭିନ୍ନ ଧାରା ମଧ୍ୟ ଉଲ୍ଲଂଘନ କରୁଛି।‌ ତେଣୁ ପ୍ରଚଳିତ ନିୟମ ଅନୁସାରେ ଅପରାଧିକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।ସାଧାରଣ ଲୋକମାନେ ଡିପଫେକ୍ ଦ୍ୱାରା ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେନେଇ ସୁନିଶ୍ଚିତ କରିବାକୁ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡିକୁ ରୋକଠୋକ୍ ଶୁଣାଇ ଦେଇଛନ୍ତି କେନ୍ଦ୍ର ସରକାର ।

ସୂଚନାନୁସାରେ, ଡିପଫେକକୁ ‘ଜାଲିଆତି’ ବର୍ଗରେ ରଖି ଅପରାଧିକ ମାମଲା ଆରମ୍ଭ କରାଯାଇ ପାରିବ ବୋଲି କମ୍ପାନୀଗୁଡିକୁ ସରକାର ତାଗିଦ୍ କରିଛନ୍ତି । ଡିପଫେକକୁ ନେଇ ଗତ ନଭେମ୍ବର ୨୪ ତାରିଖରେ ଏକ ବୈଠକ ହୋଇଥିଲା । ସେଥିରେ ହୋଇଥିବା ନିଷ୍ପତ୍ତିକୁ ସାତ ଦିନ ଭିତରେ ଲାଗୁ କରିବାକୁ କମ୍ପାନୀଗୁଡିକୁ କୁହାଯାଇଥିଲା । ପରେ ଏ ଦିଗରେ ସାମାଜିକ ଗଣମାଧ୍ୟମର ପଦକ୍ଷେପକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜଣାପଡିଛି କିଛି ଗଣମାଧ୍ୟମ ସଂସ୍ଥା ଏହି ନିୟମକୁ କଡାକଡି ଭାବେ ପାଳନ କରି ନାହାଁନ୍ତି । ଫଳରେ କମ୍ପାନୀ ଗୁଡିକୁ ତାଗିଦ୍ କରି କେନ୍ଦ୍ର ସରକାର କହିଛନ୍ତି, ଏ ଦିଗରେ ଆଗକୁ କଡା ନିୟମ ଆସିବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.