Entertainment

ଓଡ଼ିଶାର ଭୁବନେଶ୍ୱରରେ ହେଲା ‘ଚଲୋ ଜିତେ ହେଁ’ର ସ୍ୱତନ୍ତ୍ର ସ୍କ୍ରିନିଂ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଲ୍ୟ ଜୀବନକୁ ନେଇ ପ୍ରମାଣିତ ଚଳଚିତ୍ର

ଆଜି ସ୍କ୍ରିନିଂ ହେଲା ‘ଚଲୋ ଜିତେ ହେଁ’।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟକାଳ ଉପରେ ଆଧାରିତ କ୍ଷୁଦ୍ର ଫିଲ୍ମର ନାଁ ହେଉଛି ‘ଚଲୋ ଜିତେ ହେଁ’। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ଆଜି ସକାଳ ୧୦.୩୦ ବେଳେ ସୋଆ ବିଶ୍ବବିଦ୍ୟାଳୟର କ୍ୟାମ୍ପସ-2 ଅଡିଟରିୟମରେ ହେଇଛି।

ପୂର୍ବରୁ ରଷ୍ଟ୍ରପତି ଭବନରେ ଏହାର ସ୍କ୍ରିନିଂ ହୋଇସାରିଥିବାବେଳେ ଓଡିଶାରେ ଏହାର ପ୍ରଥମ ସ୍କ୍ରିନିଂ। ୩୨ ମିନିଟର ଏହି ଚଳଚ୍ଚିତ୍ରରେ ପ୍ରଧାନମନ୍ତ୍ରୀଙ୍କ ବାଲ୍ୟଜୀବନର ସଂଘର୍ଷକୁ ଚରିତାର୍ଥ କରାଯାଇଛି । ଏହାର ନିର୍ମାତା ମଙ୍ଗେଶ ହବୱାଲେ ଏହି ଚଳଚ୍ଚିତ୍ର କୌଣସି ପ୍ରଚାରପ୍ରସାର ପାଇଁ ନିର୍ମାଣ କରାଯାଇ ନ ଥିବା ସୂଚନା ଦେଇଛନ୍ତି । ଆଜି ସକାଳ ସାଢେ ୧୦ ଟାରେ ଏହାକୁ ପ୍ରଦର୍ଶିତ କରାଯାଇଛି।

modi

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ଧର୍ଯ୍ୟ ଦର୍ଜିଙ୍କ ସହ ଅନ୍ୟ କଳାକାର ମାନେ ଗତକାଲିଠାରୁ ରାଜଧାନୀରେ ଆସି ପହଂଚିଛନ୍ତି । ମୋଦୀଙ୍କ ଚରିତ୍ରରେ ଅଭିନୟ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରିବା ସହ ମୋଦୀ ବିବେକାନନ୍ଦଙ୍କ ଜୀବନୀରୁ ମାନବ ସେବା ହିଁ ପ୍ରକୃତ ସେବା ଜାଣି ଅନ୍ୟମାନଙ୍କ ପାଇଁ ବଞ୍ଚିବାକୁ ପଣ କରିଥିବା କଥା ପ୍ରକାଶ କରିଛନ୍ତି।

 

ପଢନ୍ତୁ: କ’ଣ କହେ ଆପଣଙ୍କ ରୋଷେଇ ଘରର ବାସ୍ତୁ ଜାଣନ୍ତୁ?

Related posts

ବିଗ୍‌ ବସ୍‌ ୧୨ରେ ବଡ ଖୁଲାସା: ୩୭ ବର୍ଷ ସାନ ଝିଅଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା

ENO Beuro

ଚୀନରେ ମାତ୍ର ଦୁଇ ଦିନରେ ୧୦୦ କୋଟି ଟଙ୍କା ବ୍ୟବସାୟ କଲା : ଅମିରଙ୍କ ଫିଲ୍ମ

ENO Beuro

ପୁଣି ସଙ୍କଟରେ ‘ପଦ୍ମାବତ୍‌’

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More