ଜାତିସଂଘ ପକ୍ଷରୁ ମୋଦୀଙ୍କୁ ମିଳିଲା ଚାମ୍ପିୟନ୍ସ ଅଫ୍ ଆର୍ଥର ସମ୍ମାନ

earth

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାମ୍ପିୟନ ଅଫ୍ ଦି ଆର୍ଥ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି। ଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦିଙ୍କୁ ଜାତିସଂଘ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକ୍ରୋଙ୍କୁ ପରିବେଶର ସର୍ବୋଚ୍ଚ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଛି।

earth

ସେହି କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦି କହିଛନ୍ତି କି, ଭାରତ ସବୁବେଳେ ପ୍ରକୃତିକୁ ମା ରୂପରେ ଦେଖି ଆସିଛି । ଭାରତରେ ଆଦିବାସୀ, କୃଷକ ଏବଂ ମାଛଧରାଳୀଙ୍କୁ ସମ୍ମାନ ଦିଆଯାଉଛି। ସେମାନଙ୍କ ପାଇଁ ଜୀବନ ପ୍ରକୃତି ଆନୁସାରେ ଚାଲୁଛି। ଭାରତରେ ନାରୀଙ୍କୁ ସମ୍ମାନ ଦିଆ ଯାଉଛି କାରଣ ସେମାନେ ବୃକ୍ଷର ରକ୍ଷଣା ବେକ୍ଷଣା କରନ୍ତି। ଯେପର୍ଯ୍ୟନ୍ତ ଜଳବାୟୁ ବିଷୟରେ ଚିନ୍ତା କରାଯିବ ନାହିଁ ସେପର୍ଯ୍ୟନ୍ତ ଏହି ସମସ୍ୟାର ସମଧାନ ହେବ ନାହିଁ । ଆମେ ପ୍ରକୃତିକୁ ସଜୀବ ମାନୁଛୁ । ପ୍ରକୃତି ପ୍ରତି ଭାରତର ସମବେଦନାକୁ ଆଜି ବିଶ୍ୱ ଗ୍ରହଣ କରୁଛି କାରଣ ହଜାର ବର୍ଷ ହେବ ଏହା ଆମ ଜୀବନ ଶୈଳୀ ସହ ଜଡିତ ଅଛି।

ସୂଚନାଯୋଗ୍ୟ,ଜାତିସଂଘ ପକ୍ଷରୁ ଜାରି ସୂଚନା ମୁତାବକ ଫ୍ରାନ୍ସ ରାଷ୍ଟ୍ରପତି ମେକ୍ରୋଙ୍କ ପରିବେଶ କ୍ଷେତ୍ରରେ ବିଶ୍ୱସ୍ତରୀୟ ମେଣ୍ଟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ସୁଦ୍ଧା ଦେଶରୁ ପ୍ଲାଷ୍ଟିକର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଶପଥ ପାଇଁ ଏଭଳି ସମ୍ମାନ ପ୍ରଦାନ କରାଯାଉଛି। ବର୍ଷକୁ ଥରେ “ଚମ୍ପିଆନ ଅଫ ଆର୍ଥ’ ସମ୍ମାନ ସମାଜର ସେହି ବର୍ଗଙ୍କୁ ପ୍ରଦାନ କରାଯାଏ ଯେଉଁମାନଙ୍କ ପଦକ୍ଷେପ ପାଇଁ ପରିବେଶ ଉପରେ ସାକାରାତ୍ମକ ପ୍ରଭାବ ପଡ଼ିଥାଏ।

ପଢନ୍ତୁ; ଶାସ୍ତ୍ର ଅନୁସାରେ ବନ୍ଧୁ ଏବଂ ପ୍ରିୟଜନଙ୍କୁ ଦିଅନ୍ତୁ ନାହିଁ ଏହି ସବୁ ଉପହାର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More