VASTU

ଛାତ୍ରମାନେ ସର୍ବଦା କେଉଁ ସବୁ କଥାରୁ ଦୂରେଇ ରହିବା ଉଚିତ ଜାଣନ୍ତୁ ? 

ଛାତ୍ରମାନେ କେଉଁ କାମରୁ  ସର୍ବଦା ଦୁରେଇ ରହିବା ଭଲ

ଚାଣକ୍ୟଙ୍କ ନୀତି ଅନୁସାରେ ଏମିତି ଅନେକ କଥା ଅଛି ଯାହା ଆମେ ମାନି ନ ଥାଉ । ଯାହା ଦ୍ଵାରା ଆମେ ଅସୁବିଧାରେ ପଡିଥାଉ । ତାଙ୍କ କଥା ମାନିବା ଦ୍ଵାରା ଦୈନନ୍ଦିନ ଜୀବନ ପରିଚାଳନା କରିବାକୁ ସହଜ ଓ ସରଳ କରିଦିଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ତିଆରି ଏହି ନୀତି ଆଜି ବି ଆମ ଜୀବନ ପାଇଁ ଆଦର୍ଶ ଅଟେ ।

କ୍ରୋଧ :- କ୍ରୋଧ ମଣିଷର ପରମ ଶତ୍ରୁ ଅଟେ । ଏହି ସମୟରେ ଛାତ୍ରଟି ନିଜ ସତ୍ୟତା ଓ ତାର ଆଦର୍ଶକୁ ଭୁଲିଯାଇଥାଏ । ତେଣୁ ସର୍ବଦା ଛାତ୍ରମାନେ ଏହି କ୍ରୋଧ ଠାରୁ ଦୂରରେ ରହିବା ପାଇଁ ଚାଣକ୍ୟ କହିଛନ୍ତି ।

କ୍ରୋଧରେ ମଣିଷ କ ‘ ଣ କଟିଥାଏ ସେ ନିଜେ ବି ଜାଣି ନ ଥାଏ ? କ୍ରୋଧରେ ସେ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥାଏ । ତେବେ ସମସ୍ତେ କ୍ରୋଧ କରିବା କଥା ନୁହଁ କିନ୍ତୁ ବିଶେଷ ଜାରି ଛାତ୍ରମାନେ କ୍ରୋଧ କରିବା ଉଚିତ ନୁହଁ ।

ମନୋରଞ୍ଜନ :-  ଏହି ମନୋରଞ୍ଜନ ପ୍ରାପ୍ତ ବୟସ ପାଇଁ ଅଟେ ତେଣୁ ଏହାକୁ ଛାତ୍ର ଅବସ୍ଥାରେ ଧ୍ୟାନ ଦେବା ଉଚିତ ନୁହେଁ । ମନୋରଞ୍ଜନ ମଧ୍ୟ ଶିକ୍ଷାର ବାଧକ ହେଇଥାଏ ।

ଲୋଭ :- ଲୋଭ ସବୁ ଅନର୍ଥର ମୂଳ କାରଣ । ନିଜର ଲୋଭ ସର୍ବଦା ଶିକ୍ଷାର ବାଧକ ହେଇଥାଏ ତେଣୁ ଏହା ଠାରୁ ମଧ୍ୟ ଛାତ୍ରମାନେ ଦୂରରେ ରହିବା ଭଲ ।

ନିଦ :- ସୁସ୍ଥ ଶରୀର ପାଇଁ ନିୟମିତ ଦରକାର ସମୟ ଶୋଇବା ଭଲ । ଏହାଦ୍ୱାରା ବିଦ୍ୟା ସ୍ମରଣ କରିବାକୁ ସହଜ ହୁଏ ।

ସେବା ଓ ବ୍ୟବହାର :- ସର୍ବଦା ବଡ଼ଙ୍କ ସେବା କରିବା ଓ ଭଲ ବ୍ୟବହାର କରିବା ଦ୍ୱାରା ସେମାନଙ୍କର ଆଶୀର୍ବାଦ ଛାତ୍ରଙ୍କ ଜୀବନ ଶୈଳୀକୁ ମାର୍ଜିତ କରିଥାଏ ।

ପଢନ୍ତୁ ;

ନିର୍ମାଣ ହେବ ଦିଲ୍ଲୀପ ତିର୍କୀଙ୍କ ବାୟୋପିକ

Related posts

ଗାୟତ୍ରୀ ମନ୍ତ୍ର ଜପ କରିବାର ଠିକ ସମୟ ଏବଂ ନିୟମ ଜାଣନ୍ତୁ ଏହାର ସିଦ୍ଧ ପ୍ରକ୍ରିୟା

Ratnamani Moharana

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଏହି ସ୍ଥାନରେ ଭୁଲରେ ବି ଲଗାନ୍ତୁନି ତାଲା ! ବଢିପାରେ ଅସୁବିଧା

ENO Beuro

ସୁନ୍ଦର ଚେହେରା ଦେଖି ବିବାହ କରିବା ଭଲ ନୁହେଁ : ଚାଣକ୍ୟ ନୀତି

ENO Beuro

1 comment

Leave a Comment