LIFESTYLE

ଚାଣକ୍ୟ ନୀତିରେ ସଫଳ ବିବାହ ପାଇଁ କିଛି ଉପାୟ

ସାମାଜିକ ଜୀବନରେ ବିବାହର ଆବଶ୍ୟକା ସବୁଠୁ ଅଧିକ। ସୁଖ ଓ ଶାନ୍ତିରେ ବସବାସ କରିବାକୁ ସଭିଏଁ ସଫଳ ଦାମ୍ପତ୍ୟ ଜୀବନ ଚାହାଁନ୍ତି । ତେବେ ପ୍ରାୟତଃ ସମସ୍ତେ ବିଭାହରେ ସଫଳ ହୋଇ ନ ଥାଆନ୍ତି । ଏମିତି କି ଚାଣକ୍ୟ ନୀତିରେ ବହୁ ଗୋପନ ରହସ୍ୟ ରହିଛି ଯାହା ଆପଣ ଜାଣି ନ ଥିବେ । ତେବେ ଆସନ୍ତୁ ଜାଣିବା ଚାଣକ୍ୟଙ୍କ ନୀତିରେ ସଫଳ ବିବାହର ଉପାୟ ।

ସଫଳ ବିବାହ ପାଇଁ ଉପାୟ :-

  • ସର୍ବଦା ନିଜ ସମକକ୍ଷ ଅଥବା ନିଜ ସାମାଜିକ ସ୍ତର ଠାରୁ ନିମ୍ନ ବର୍ଗର ଝିଅଘରକୁ ବିବାହ ପ୍ରସ୍ତାବ ପଠାଇବା ଉଚିତ । ନିଜ ସ୍ତର ଠାରୁ ବଡ଼ଘରୁ ଝିଅ ଆଣିଲେ ସମାଜରେ ପୁଅ ନିଜର ସମ୍ମାନ ହରାଇବ ।
  • ପୁରୁଷ ଓ ନାରୀ ପରସ୍ପରଙ୍କ ପ୍ରତି ସମ ପରିମାଣ ସ୍ନେହ ଭାବ ପାଇଁ ଉଦ୍ୟମ ରଖିବା ଆବଶ୍ୟକ । ଏହା ହିଁ ବିବାହର ପ୍ରକୃତ ସଫଳତା ।
  • ସୁନ୍ଦରୀ ନୁହେଁ ପରିବାରର ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଉଥିବା ଝିଅକୁ ବାହା ହେଲେ ସମ୍ବନ୍ଧ ସଫଳ ହେବ ଏବଂ ଉଭୟ ପରିବାର ପ୍ରତି ମଙ୍ଗଳମୟ ହେବ ।
  • ଜଣେ ଚତୁରୀ ଏବଂ ନିଷ୍କପଟ ନାରୀ ହିଁ ଉତ୍ତମା ସ୍ତ୍ରୀ। ସେ ନିଜ ସ୍ୱାମୀଙ୍କୁ ସ୍ନେହ କରିବା ସହ ପରିବାରେ ଶାନ୍ତି ଓ ସମନ୍ଵୟତା ବଜାୟ ରଖିବାକୁ ଉଦ୍ୟମ କରିବା ଉଚିତ ।
  • ସଭିଏଁ ସୁନ୍ଦରୀ ନାରୀଟିଏ ବାହା ହେବାକୁ ଚାହୁଁଥିବା ବେଳେ ଚାଣକ୍ୟ ବିପରୀତ କଥା କହିଛନ୍ତି । ସେ କହିଛନ୍ତି ଝିଅ ସୁନ୍ଦରୀ ହୋଇଥିଲେ ମଧ୍ୟ ଉତ୍ତମ ପରିବାରର ହୋଇ ନ ଥିଲେ ତାଙ୍କୁ ବିବାହ କରିବା ଅନୁଚିତ ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଉପାୟ ଅବଲମ୍ବନ କଲେ ପୁଅ ଝିଅଙ୍କ ବାହାଘର ଶୀଘ୍ର ହୋଇଥାଏ ଜାଣନ୍ତୁ ?

Related posts

ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଦ୍ଵାରା ଆମକୁ କି ଫାଇଦା ମିଳେ ଜାଣନ୍ତୁ ?

ENO Beuro

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

ENO Beuro

ଏହି ୫ଟି ଖାଦ୍ୟ ପଦାର୍ଥ ଫ୍ରିଜ୍‌ରେ ରଖିବା ଉଚିତ ନୁହେଁ? ଜାଣନ୍ତୁ

ENO Beuro

2 comments

Leave a Comment