News

ଚନ୍ଦା କୋଚ୍ଚର ବହିଷ୍କୃତ , ରିପୋର୍ଟ ଦେଲା ଶ୍ରୀକ୍ରୀଷ୍ଣା କମିଟି

chanda

ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଭିଡିଓକନ ରଣ ମାମଲାରେ ସମ୍ପୂର୍ଣ ଦୋଷୀ। ବ୍ୟାଙ୍କ ଆଚରଣବିଧ ଅବମାନତା କରି ସେ ରଣ ମଞ୍ଜୁର କରିଛନ୍ତି। ଏହା ସହିତ ବ୍ୟାଙ୍କର ତୃଟିପୂର୍ଣ ବାର୍ଷିକ ବିବରଣୀ ଦେଇଛନ୍ତି। ଏଭଳି ରିପୋର୍ଟ ପ୍ରଦାନ କରିଛି ମାମଲାର ତଦନ୍ତ କରୁଥିବା ଶ୍ରୀକ୍ରୀଷ୍ଣା କମିଟି।

ତେବେ ତାଙ୍କ ବିରୋଧରେ ଏମିତି ରିପୋର୍ଟକୁ ଦେଖି ଚକିତ ହୋଇଯାଇଛନ୍ତି ଚନ୍ଦା । ୩୪ ବର୍ଷର କାଳ ବ୍ୟାଙ୍କର ସେବା କରିଥିବା ବେଳେ ଶେଷରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ହଜମ କରିପାରିନାହାନ୍ତି । ରିପୋର୍ଟଙ୍କୁ ନିରାଶା ଓ ଆଧାରହୀନ ବୋଲି କହିଛନ୍ତି ଚନ୍ଦା । ପୂର୍ବରୁ ଆଚାର ସଂହିତା ଉଲ୍ଲଂଘନ କରି ସ୍ବାମୀ ଦୀପକ କୋଚ୍ଚର ଓ ଭିଡିଓକନ୍ ଏମଡି ବେଣୁଗୋପାଳ ଧୂତଙ୍କୁ ସେ ଲୋନ୍ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହାପରେ ଅକ୍ଟୋବର ୨୦୧୮ରେ ଇସ୍ତଫା ଦେଇଥିଲେ ଚନ୍ଦା ।

ଏହି କମିସନ ଗତକାଲି ବୋର୍ଡକୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲା। ରିପୋର୍ଟର ସୁପାରିଶକୁ ନେଇ ଚନ୍ଦା ବ୍ୟାଙ୍କର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ବୋର୍ଡ ବହିଷ୍କାର କରିଛି।

ପଢନ୍ତୁ;  ମେ’ ୧୨ରେ ଓଜେଇଇ, ମାର୍ଚ୍ଚ ୨୫ରେ ଶେଷ ହେବ ଆବେଦନ

Related posts

କୋଲକତାର ପୁରାତନ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

ENO Beuro

ଉଦଘାଟନ ହେବ ‘ଗ୍ଲୋବାଲ କୁଲିଂ ଇନୋଭେସନ୍’ ଶିଖର ସମ୍ମିଳନୀ

ENO Beuro

ପାଣିପାଗ ବିଭାଗ ପୂର୍ବାନୁମାନ:ଚଳିତବର୍ଷ ଆଗୁଆ ଆସିପାରେ ମୌସୁମୀ

ENO Beuro

Leave a Comment