POLITICALS

ବିଜେପି ଛାଡ଼ିଲେ ଚନ୍ଦନ ମିତ୍ର

ପୂର୍ବତନ ସାଂସଦ ତଥା ବିଜେପିର ବରିଷ୍ଠ ନେତା ଚନ୍ଦନ ମିତ୍ର ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତୃଣମୂଳ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନିଙ୍କ ସହଯୋଗୀ ଭାବେ ଚନ୍ଦନ ମିତ୍ର ଜଣାଶୁଣା। କିନ୍ତୁ ମୋଦି-ଶାହଙ୍କ ଶାସନ କାଳରେ ସେ ଅଲୋଡ଼ା ହୋଇଯାଇଥିବାରୁ ବିଜେପି ଛାଡ଼ିଥିବା ଚର୍ଚ୍ଚା ହେଉଛି।

ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଜଣାଶୁଣା ଚନ୍ଦନ ମିତ୍ର ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ। ଏହା ପରେ ପୁନର୍ବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ପଠା ଯାଇଥିଲା। ପୂର୍ବରୁ ଓଡ଼ିଶା ବିଜେପି ଦାୟିତ୍ୱରେ ମଧ୍ୟ ରହିଥିଲେ ଚନ୍ଦନ ମିତ୍ର। ଏମିତିକି ବିଜେପିର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେସେ ରହିଥିଲେ । ଚନ୍ଦନ ମିତ୍ର ବିଜେପିରେ ଅାଡଭାନି କ୍ୟାମ୍ପର ବୋଲି ଜଣାଶୁଣା। ୨୦୧୪ରେ ମୋଦି-ଶାହା ଯୋଡ଼ି ପାଓ୍ୱାରଫୁଲ ହେବା ପରେ ଦଳରେ ତାଙ୍କର ଗୁରୁତ୍ୱ କମି ଯାଇଥିଲା ତେଣୁ ସେ ବିଜେପି ଛାଡ଼ି ଥିବା ଚର୍ଚ୍ଚା ହେଉଛି।

ମିଳିଥିବା ତଥ୍ୟ ଅନୁଯାୟୀ, ସେ ଜୁଲାଇ ୨୧ ତାରିଖରେ ଟିଏମସିରେ ଯୋଗ ଦେବେ। ହେଲେ ଏନେଇ ସେ କିଛି ସ୍ପଷ୍ଟ କରିନାହାଁନ୍ତି । କେବେ କେଉଁଠାରେ ଯୋଗ ଦେବେ ସେ ନେଇ କୌଣସି ନିଷ୍ପତି ନେଇ ନଥିବା ସେ ଜଣାଇଛନ୍ତି।

ପଢନ୍ତୁ; ପ୍ରତିଦିନ ସକାଳୁ ‘ଓମ୍’ ଉଚ୍ଚାରଣ କଲେ କଣ ଲାଭ ମିଳିଥାଏ? ଜାଣନ୍ତୁ

Related posts

ପଦ୍ମ ଧରିବେ ବୈଜୟନ୍ତ ପଣ୍ଡା

ENO Beuro

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଟକ୍କର, ବିଜେପିର ପ୍ରେମ ଧୂମଲ ନା କଂଗ୍ରେସର ବୀରଭଦ୍ର ସିଂ ଅକ୍ରିରୁ

ENO Beuro

ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ !

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More