ଚାନ୍ଦିପୁର ଆଇଟିଆରରୁ ପାକିସ୍ତାନକୁ ପ୍ରତିରକ୍ଷା ତଥ୍ୟ ଲିକ୍ ଘଟଣାରେ ଗିରଫ ବାବୁରାମଙ୍କ ରିମାଣ୍ଡର ଆଜି ଶେଷ ଦିନ। ପୋଲିସ ରିମାଣ୍ଡ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି। ବାବୁରାମ ବ୍ୟବହାର କରୁଥିବା ଲାପଟପ୍, ମୋବାଇଲ୍, ପେନଡ୍ରାଇଭ୍ ସମେତ ୬ଟି ଇଲେକଟ୍ରୋନିକ୍ସ ସାମଗ୍ରୀରୁ ଅନେକ ତଥ୍ୟ ମିଳିପାରେ। ବାବୁରାମଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ସ୍ଥାବର, ଅସ୍ଥାବର ସମ୍ପତିର ଯାଞ୍ଚ ଚାଲିଛି । ପାକିସ୍ତାନର ଯେଉଁ ଯୁବତୀଙ୍କ ହନିଟ୍ରାପ୍ରେ ବାବୁରାମ ଫସିଥିଲେ, ସେସମୟରେ କିଛି ଆର୍ଥିକ ଅନୁଗ୍ରହ ସମ୍ପର୍କରେ ପ୍ରମାଣ ମିଳିଛି। ତେବେ ବାବୁରାମଙ୍କୁ ଅଧିକ ପଚରାଉଚରା ପାଇଁ ଆଉଥରେ ରିମାଣ୍ଡ ଆବେଦନ କରାଯିବ ବୋଲି ବାଲେଶ୍ବର ଏସ୍ପି ସାଗରିକା ନାଥ କହିଛନ୍ତି।
ସୂଚନାନୁସାରେ, ଦୀର୍ଘ ବର୍ଷେ ଧରି ପୋଲିସ ସର୍ଭେଲାନ୍ସରେ ରହିଥିଲେ ସଂପୃକ୍ତ ଅଧିକାରୀ ଜଣକ । ସୋସିଆଲ୍ ମିଡ଼ିଆରୁ ପରିଚୟ ପରେ ଅଶ୍ଲୀଳ ଭିଡିଓ ସବୁ ଦେଖାଉଥିଲେ ପାକିସ୍ତାନୀ ଯୁବତୀ । ସେହି ମାୟାରେ ବାୟା ହୋଇ କିଛି ITRର ଗୋପନୀୟ ତଥ୍ୟ ଲିକ୍ କରିଥିବା ଆଶଙ୍କା କରାଯାଉଛି । ଏହାପରେ କେନ୍ଦ୍ରୀୟ ଗୁଇନ୍ଦା ନିକଟରୁ ଖବର ପାଇବା ପରେ ଓଡ଼ିଶା ପୋଲିସ ସଂପୃକ୍ତ ଟେକ୍ନିକାଲ ଅଧିକାରୀଙ୍କୁ ଗିରଫ କରି ଛି । ଏହି ଘଟଣାରେ ଆଉ କାହାର ଲିଙ୍କ୍ ରହିଛି, ସେଦିଗକୁ ବି ତଦନ୍ତ କରୁଛି ପୋଲିସ ।