News

କେନ୍ଦ୍ର ସାହିତ୍ୟ ଏକାଡେମିର ନୂଆ ସଭାପତି ଭାବେ ନିର୍ବାଚିତ ହେଲେ ଚନ୍ଦ୍ରଶେଖର କମ୍ବର

ସାହିତ୍ୟ ଏକାଡେମିର ସାଧାରଣ ପରିଷଦ ପୁନର୍ଗଠିତ

ଭାରତର ସର୍ବୋଚ୍ଚ ସାହିତ୍ୟ ଅନୁଷ୍ଠାନ କେନ୍ଦ୍ର ସାହିତ୍ୟ ଏକାଡେମିର ସାଧାରଣ ପରିଷଦ ଆଜି ପୁନର୍ଗଠିତ ହୋଇଛି। ଏକାଡେମିର ୧୮୮ତମ ପରିଷଦ ବୈଠକରେ ଜ୍ଞାନପୀଠ ପୁରସ୍କାର ବିଜେତା ବିଶିଷ୍ଟ କନ୍ନଡ଼ ଲେଖକ ଚନ୍ଦ୍ରଶେଖର କମ୍ବର ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ବିଖ୍ୟାତ ହିନ୍ଦୀ କବି ମାଧବ କୌଶିକ ଉପସଭାପତି ହୋଇଛନ୍ତି। ଉଭୟ ୫ ବର୍ଷ ପାଇଁ ସେମାନଙ୍କ ପଦରେ କାର୍ଯ୍ୟ କରିବେ। ଏହି ନିର୍ବାଚନର ଉଲ୍ଲେଖନୀୟ କଥାଟି ହେଉଛି, ବହୁବର୍ଷର ବ୍ୟବଧାନରେ ଏଥର ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଚଳିତ ବର୍ଷ ଏକାଡ଼େମୀର ସଭାପତି ପଦ ପାଇଁ ତିନିଜଣ ଜ୍ଞାନପୀଠ ବିଜେତା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଶ୍ରୀ କମ୍ବରଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ହେଉଛନ୍ତି ବିଶିଷ୍ଟ ଓଡ଼ିଆ ଲେଖିକା ପ୍ରତିଭା ରାୟ ଏବଂ ବିଖ୍ୟାତ ମରାଠୀ ଲେଖକ ଭାଲଚନ୍ଦ୍ର ନେମାଡ଼େ। ନିର୍ବାଚନରେ ଶ୍ରୀ କମ୍ବର ମୋଟ୍‌ ୮୯ଟି ଭୋଟ୍‌ରୁ ୫୬ଟି ଭୋଟ୍‌ ପାଇ ବିଜୟୀ ହୋଇଥିବାବେଳେ ଶ୍ରୀମତୀ ରାୟ ୨୯ଟି ଏବଂ ସାଙ୍କେତିକ ଭାବେ ଲଢ଼ିଥିବା ଶ୍ରୀ ନେମାଡ଼େ ୪ଟି ଭୋଟ୍‌ ପାଇଥିଲେ। ଶ୍ରୀ କମ୍ବର ପୂର୍ବରୁ ଅକାଦେମିର ଉପସଭାପତି ଦାୟିତ୍ୱରେ ଥିଲେ।  ଏକାଡ଼େମୀର  ସଭାପତି ହେବାରେ ଶ୍ରୀ କମ୍ବର ହେଉଛନ୍ତି ବିନାୟକ କ୍ରିଷ୍ଣା ଗୋକକ୍‌ ଓ ୟୁ.ଆର୍‌. ଅନନ୍ତମୂର୍ତ୍ତିଙ୍କ ପରେ ତୃତୀୟ କନ୍ନଡ଼ ଲେଖକ।

କେନ୍ଦ୍ର ସାହିତ୍ୟ ଏକାଡେମିର ବିଦାୟୀ ସଭାପତି ଡ. ବିଶ୍ଵନାଥ ପ୍ରସାଦ ତ୍ଵିଆରି ଡ.କମ୍ବରଙ୍କୁ ଅଭିନନ୍ଦନ ଜଣାଇବା ସହ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି।

ପଢନ୍ତୁ;

ଖୁବ୍‌ ଶୀଘ୍ର ଲସ୍କର ଇ ତୋଇବା ସୟିଦ ହାଫିଜ୍‌ କୁ ଆତଙ୍କବାଦୀ ବୋଲି ଘୋଷଣା କରିପାରେ

Related posts

Paika Bidroha Was The First War Of Independence In 1817

ENO Beuro

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା,ଯାତାୟାତ ଠପ୍‍

ENO Beuro

ଋଷି କୁମାର ଶୁକ୍ଲା ହେଲେ ସିବିଆଇର ନୂଆ ନିର୍ଦ୍ଦେଶକ

ENO Beuro

Leave a Comment