News

ମହାକାଶରୁ ପୃଥିବୀର ଫଟୋ, ଚନ୍ଦ୍ରଯାନ-୨ରୁ ଏମିତି ଦିଶୁଛି ପୃଥିବୀ

Rgnwl

ସଫଳତାର ସହ ଗତି କରୁଛି ଚନ୍ଦ୍ରଯାନ । ଆଉ ଏକ ପାଦ ଆଗେଇଛି ଭାରତର ଏହି ଚନ୍ଦ୍ର ମିସନ୍ । ଜୁଲାଇ ୨୨ ତାରିଖରେ ଚନ୍ଦ୍ର ଅଭିମୁଖେ ଯାଇଥିବା ଚନ୍ଦ୍ରଯାନ ଏବେ କେଉଁଠି ପହଁଚିଛି ଏବଂ ଏହା କିପରି ଗତି କରୁଛି, ଏ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ତେବେ ଇସ୍ରୋ  ପକ୍ଷରୁ କୁହାଯାଇଛି, ଯୋଜନା ମୁତାବକ ଆଗେଇ ଚାଲିଛି ଚନ୍ଦ୍ରଯାନ-୨ । ଶୁକ୍ରବାର ଦିନ ନିର୍ଦ୍ଧାରିତ ସମୟରେ ଚତୁର୍ଥ କକ୍ଷପଥକୁ ଉଠିଥିଲା ସ୍ପେସ୍ କ୍ରାଫ୍ଟ । ଅଗଷ୍ଟ ୬ ତାରିଖରେ ପଂଚମ କକ୍ଷପଥରେ ସ୍ଥାପିତ ହେବ । ଚନ୍ଦ୍ରଯାନର ସମସ୍ତ ପରିମାପ ସ୍ୱାଭାବିକ ଥିବା ଜଣାପଡ଼ିଛି । ତେବେ ସଫଳ ଉତ୍‌କ୍ଷେପଣର ୧୨ ଦିନ ପରେ ଗତକାଲି ଚନ୍ଦ୍ରଯାନ-୨ ପୃଥିବୀର ଫଟୋ ଉତ୍ତୋଳନ କରିଛି। ଅତ୍ୟାଧୁନିକ LI4 କ୍ୟାମେରାରେ ପୃଥିବୀ ପୃଷ୍ଠର ଏକାଧିକ ସ୍ନାପ୍ ସଂଗ୍ରହ କରିଛି ଚନ୍ଦ୍ରଯାନ-୨।

Ebg1zyewsae0q8c

ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି। ଟ୍ୱିଟ୍ କରି ଇସ୍ରୋ ଏହି ସବୁ ଫଟୋ ଗୁଡ଼ିକୁ ପୋଷ୍ଟ କରିଛି।

Capture

ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କଲେ ଏପରି କରାଇବାରେ ଭାରତ ଚତୁର୍ଥ  ଦେଶର ମାନ୍ୟତା ପାଇବ। ତେବେ ଆଜି ଚନ୍ଦ୍ରଯାନ-୨ ପୃଥିବୀର ଏଭଳି ସ୍ପଷ୍ଟ ଫଟୋ ପଠାଇବା ପରେ ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ କହିଛନ୍ତି, “ଏହି ଫଟୋ ସବୁ କ୍ରିଷ୍ଟାଲ୍ କ୍ଲିଅର୍ ଏବଂ ଏହା ଦର୍ଶାଉଛି ମହାକାଶଯାନଟି ଠିକ୍‌ଠାକ୍‌ ଅଛି। ବର୍ତ୍ତମାନ ଯାଏ ମିଶନ୍‌ର ସ୍ଥିତିକୁ ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଲ୍ୟାଣ୍ଡର୍ ଏହି ଫଟୋ ପଠାଇବା ପରେ ମୁଁ ନିଶ୍ଚିତ ଯେ ଲୁନାର ଲ୍ୟାଣ୍ଡିଂ ବା ଚନ୍ଦ୍ରପୃଷ୍ଠରେ ଅବତରଣ ସମୟରେ ୧୫ଟି ଭୟଙ୍କର ଓ ଘଡ଼ିସନ୍ଧି ମୁହୂର୍ତ୍ତକୁ ଆରାମରେ ପାର କରିଯିବ।”ଏହି ଫଟୋଗୁଡ଼ିକ ପୃଥିବୀଠାରୁ ୫ ହଜାର କିଲୋମିଟର ଦୂରରୁ ନିଆଯାଇଛି ଏବଂ ଏହା ଲ୍ୟାଣ୍ଡରରେ ଲାଗିଥିବା ଏଲ୍‌ଆଇ ୪ କ୍ୟାମେରା ସାହାଯ୍ୟରେ ନିଆଯାଇଛି। ଏଥିରେ ପ୍ରଶାନ୍ତ ମହାସାଗର ଏବଂ ଆମେରିକା ମହାଦେଶୀୟ ଅଞ୍ଚଳର ଦୃଶ୍ୟ ରହିଛି।

ପଢନ୍ତୁ: ଦୁନିଆର ସବୁଠୁ ଛୋଟ ଏସି, ଫୋନ୍‌ଠାରୁ ବି ଛୋଟ

 

Related posts

ଡ୍ରେନ ଖୋଳାବେଳେ ଭୁଶୁଡିଲା କାନ୍ଥ,୩ ଗୁରୁତର

ENO Beuro

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ,ଜଳିଗଲା ୪୫ ବଖରା ଘର

ENO Beuro

ଭଙ୍ଗା ହେଲା ଭୁବନେଶ୍ୱର ଇସ୍କନ ସମାଧି ପୀଠ,ଘଟଣାସ୍ଥଳରେ ଉତ୍ତେଜନା

ENO Beuro

Leave a Comment