News

ସ୍ଥଗିତ ହେଲା ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ, ତ୍ରୁଟି ଖୋଜିବାକୁ ଲାଗିବ ମାସେ

Untitled 1

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧୱନ କେନ୍ଦ୍ରର ୨ ନମ୍ବର ଲଞ୍ଚ୍ ପ୍ୟାଡ୍‌ରୁ ଗତକାଲି ବିଳମ୍ବିତ ରାତି ୨ଟା ୫୧ରେ ରକେଟ୍ ଜିଏସ୍ଏଲ୍‌ଭି ମାର୍କ ଥ୍ରୀ ବା ବାହୁବଳୀ ‘ଚନ୍ଦ୍ରଯାନ-୨’କୁ ନେଇ ମହାକାଶ ଅଭିମୁଖେ ଯାତ୍ରା କରିଥାନ୍ତା। ଶେଷ ମୁହୂର୍ତ୍ତରେ ବୈଷୟିକ ତ୍ରୁଟି ଯୋଗୁ ଉତ୍‌କ୍ଷେପଣକୁ ମାତ୍ର ୫୬ ମିନିଟ ପୂର୍ବରୁ ଏଭଳି ନିଷ୍ପତ୍ତି ଗ୍ରହଣ କରିବା ଆମ ବୈଜ୍ଞାନିକମାନଙ୍କ ପାଇଁ କେବଳ କଷ୍ଟକର ନୁହେଁ ବରଂ ଚିନ୍ତାଜନକ ଥିଲା। କାଉଣ୍ଟଡାଉନ ଆରମ୍ଭ ହେବା ମାତ୍ରେ ମିଡିଆ ଗ୍ୟାଲେରୀ ଓ ଭିଜିଟର ଗ୍ୟାଲେରୀର ଲାଇଭ ସ୍କ୍ରିନିଂକୁ ବନ୍ଦ କରିଦିଆଯାଇଥିଲା। ଏହି ତ୍ରୁଟି ଦ୍ୱାରା ଇସ୍ରୋର ବୈଜ୍ଞାନିକଙ୍କ ୧୧ବର୍ଷର ଅଦ୍ୟମ ଚେଷ୍ଟାକୁ ଧକ୍କା ଲାଗିଛି।

 

ଇସ୍ରୋ ଟେଲିମେଟ୍ରିକ, ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ (ଇସ୍‌ଟ୍ରାକ୍‌) ପକ୍ଷରୁ ଉପଗ୍ରହର ଅନୁଧ୍ୟାନ କରାଯାଇଛି। ସେହି ଅନୁସାରେ ଯଦି ଜୁଲାଇ ୩୧ ତାରିଖର ସମୟସୀମା ଭିତରେ ଉତ୍‌କ୍ଷେପଣ ସମ୍ଭବ ନହେବ ତେବେ ଏହି ମିସନ୍‌ ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି। ଜୁଲାଇ ମାସ ଶେଷ ସୁଦ୍ଧା ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ କରା ନଗଲେ ପୁଣି ଥରେ ଆଉ ଏକ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ସେଥିପାଇଁ ଅଧିକ ଇନ୍ଧନ ଦରକାର ହେବ। ସମସ୍ୟା କେବଳ ଏତିକି ନୁହେଁ, ଏହା ଅର୍ବିଟରର ଜୀବନକାଳକୁ ମଧ୍ୟ କମାଇ ଦେବ। ଏବେ ଅର୍ବିଟରର ଜୀବନ କାଳ ୧ ବର୍ଷ ରହିଥିବାବେଳେ ନୂଆ ଯୋଜନା ପ୍ରସ୍ତୁତ ହେଲେ ତାହା ୬ ମାସକୁ କମିଯିବ। ତେଣୁ ଜୁଲାଇ ୩୧ ସୁଦ୍ଧା ଚନ୍ଦ୍ରଯାନକୁ ଉତ୍‌କ୍ଷେପଣ କରିବା ଇସ୍ରୋ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।

ପଢନ୍ତୁ: ୮ଶହ ବର୍ଷର ରାଜକୀୟ ପରମ୍ପରା ରଥଯାତ୍ରାରେ ରାଜ କୁମାରୀଙ୍କ ରାଜା ବେଶ

Related posts

ବିନା ହେଲମେଟରେ ମନା ଫ୍ଲାଏଓଭର ବ୍ରିଜ

Ratnamani Moharana

ଆନନ୍ଦ ବଜାରରେ ଶୃଙ୍ଖଳା, ମହାପ୍ରଭୁଙ୍କ ମହାପ୍ରସାଦରେ ବ୍ୟବହାର ହେବ ଖାଂଟି ଗୁଆ ଘିଅ

ENO Beuro

ବଡ଼ଦିନ ସୁଦ୍ଧା ବ୍ୟାରେଲ ପିଛା ତୈଳ ଦର ୮୦ ଡଲାର ଟପିଯିବ

ENO Beuro

1 comment

Leave a Comment