News

ଇତିହାସ ରଚିବାକୁ ଆଉ ମାତ୍ର ୪ ଦିନ, ଜୁଲାଇ ୨୨ରେ ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

Untitled 1

ଇତିହାସ ରଚିବାକୁ ଆଉ ମାତ୍ର ୪ ଦିନ । ଜୁଲାଇ ୨୨ରେ ଚନ୍ଦ୍ରଯାନ-୨   ମହାକାଶକୁ ଯିବ । ୨୨ ତାରିଖ ଅପରାହ୍ନ ୨ଟା ୪୩ ମିନିଟରେ ଏହାର ଉତକ୍ଷେପଣ ହେବ । ଏନେଇ ‌ଆଜି ଇସ୍ରୋ ବିଧିବଦ୍ଧ ଭାବେ ଟ୍ୱିଟ୍ କରି ସୂଚନା ଦେଇଛି। ଶ୍ରୀହରିକୋଟା ପ୍ରକ୍ଷେପଣ କେନ୍ଦ୍ରରୁ ଶକ୍ତିଶାଳୀ ରକେଟ୍ ଜିଏସ୍ଏଲ୍ଭି ଏମକେ-୩ କୁ ବ୍ୟବହାର କରି ଚନ୍ଦ୍ରଯାନ-୨କୁ ପଠାଯିବ । ଇସ୍ରୋର ସର୍ବାଧିକ ମହାତ୍ବାକାଂକ୍ଷୀ ମିଶନ୍ ବୋଲି କୁହାଯାଉଥିବା ଚନ୍ଦ୍ରଯାନ-୨ର ପ୍ରକ୍ଷେପଣକୁ ନେଇ ଦେଶରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଉତକ୍ଷେପଣର ପ୍ରାୟ ୫୦ ଦିନ ପରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ।

ଭାରତର ୨ୟ ଚନ୍ଦ୍ରଯାନ ଅଭିଯାନ ଗତ ୧୫ ତାରିଖରେ ଆରମ୍ଭ ହେବାର ଥିଲା। ମାତ୍ର ବୈଷୟିକ ତ୍ରୁଟି  କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଜିଏସଏଲଭି-ଏମକେ ୩ ମହାକାଶ ଯାନର କ୍ରାୟୋଜେନିକ ଇଞ୍ଜିନର ହିଲିୟମ ବୋତଲରେ ଲିକ୍‌ ଯୋଗୁ ଉତ୍‌କ୍ଷେପଣର ୫୬ ମିନିଟ ପୂର୍ବରୁ ଅଭିଯାନକୁ ବନ୍ଦ କରାଯାଇଥିଲା।

ପଢନ୍ତୁ: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ଆଜିଠୁ ଦୁଇ ଦିନ ବର୍ଷିବ

Related posts

ଯୁକ୍ତ ଦୁଇ ପରୀକ୍ଷା ମାତୃଭାଷାରେ କପି କରି ଧରାହେଲେ ୩୦

Ratnamani Moharana

ପ୍ରଫେସର ଗଣେଶୀ ଲାଲ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

ENO Beuro

ଉତ୍କଳ ଗୌରବ ମଧୁସୂଦନଙ୍କ ଆଜି ଜୟନ୍ତୀ

ENO Beuro

1 comment

Leave a Comment