News

ମାତ୍ର ୧୫ ମିନିଟ୍ ଦୂରତାରେ ରାସ୍ତା ଭୁଲିଗଲା ବିକ୍ରମ

Chandrayaan 2 Landing Fail Thumbnail

ଚନ୍ଦ୍ରର ଦୁଆର ମୁହଁରେ ପହଞ୍ଚି ରାସ୍ତା ଭୁଲିଗଲା ବିକ୍ରମ । 130 କୋଟି ଭାରତୀୟ ଚାହିଁ ବସିଥିଲେ ଚନ୍ଦ୍ରରେ ପ୍ରବେଶ କରିବ ଚନ୍ଦ୍ରାୟାନ-2 । ଆରମ୍ଭ ହୋଇଯାଇଥିଲା ଓଲଟଗଣତି। ରୁଦ୍ଧଶ୍ୱାସରେ ‌ସମସ୍ତେ ଅପେକ୍ଷା କରିଥିଲେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଅବତରଣକୁ। ଅବତରଣ ପ୍ରକ୍ରିୟା ମଧ୍ୟ ଠିକ୍‌ଠାକ୍ ଚାଲିଥିଲା। ହେଲେ ଶେଷ ମୁହୂର୍ତ୍ତରେ ବିଚ୍ଛିନ୍ନ ହୋଇଗଲା ସଂପର୍କ। ଚନ୍ଦ୍ର ପୃଷ୍ଠରୁ ୨.୧ କିମି ଦୂରତାରେ ଲ୍ୟାଣ୍ଡର୍‌ ବିକ୍ରମ ସହିତ ଇସ୍ରୋ କମାଣ୍ଡ ସେଣ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ବିକ୍ରମର ସୂକ୍ଷ୍ମ ଅବତରଣ ସଫଳ ହୋଇଥିଲେ ଭାରତ ଏ କ୍ଷେତ୍ରରେ ଆମେରିକା, ରୁଷ୍‌ ଏବଂ ଚୀନ୍‌କୁ ପଛରେ ପକାଇଥାନ୍ତା। କିନ୍ତୁ ବିକ୍ରମ ଆଶାନୁରୂପ କାମ କରିପାରିନାହିଁ। ନିର୍ଦ୍ଧାରିତ ସମୟରେ ସୂଚନା ମିଳିବାରେ ସାମାନ୍ୟ ବିଳମ୍ବ ହେବାନେଇ ଆଶା ଓ ଆଶଙ୍କା ପରେ ଇସ୍ରୋ ପକ୍ଷରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ନେଇ ସୂଚନା ଦିଆଯାଇଛି। ବେଶ୍‌ କିଛି ସମୟର ନୀରବତା ପରେ ଇସ୍ରୋ ମୁଖ୍ୟ କେ ଶିବନ୍ ସୂଚନା ଦେଇଥିଲେ, ଲ୍ୟାଣ୍ଡର ବିକ୍ରମ ସହ ସଂଯୋଗ ବିଚ୍ଛନ୍ନ ହୋଇଛି ଏବଂ ବର୍ତ୍ତମାନ ମିଳିଥିବା ଡାଟା ଆନାଲିସିସ୍‌ କରିବାର ପ୍ରୟାସ କରାଯାଉଛି।

ଏହା ପୂର୍ବରୁ ଯୋଗାଯୋଗ ବିଚ୍ଛନ୍ନ ହେବାପରେ ବୈଜ୍ଞାନିକମାନଙ୍କ ମଧ୍ୟ ନିରବତା ଖେଳିଯାଇଥିଲା। ସମସ୍ତେ ଚିନ୍ତିତ ହୋଇ ବସି ରହିଥିଲେ। ଏହା ଦେଖି ସାହସ ନ ହରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସେମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନଙ୍କର ମାନବ ଜାତିଙ୍କ ପାଇଁ ଏବଂ ଅବଦାନ ଦେଶ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା କହିଥିଲେ। ସେ କହିଥିଲେ ଜୀବନରେ ଉତ୍ଥାନ ପତନ ଲାଗିରହିଥାଏ। ଦେଶ ବୈଜ୍ଞାନିକମାନଙ୍କୁ ନେଇ ଗର୍ବିତ। ମୋଦି କହିଥିଲେ ସେ ବୈଜ୍ଞାନିକମାନଙ୍କ ସାଥୀରେ ସବୁବେଳେ ଅଛନ୍ତି।

ପଢନ୍ତୁ: ଜିଓର ନୂଆ ଅଫର, ପ୍ରତିମାସ ୩୫ ଟଙ୍କା ରିଚାର୍ଜରୁ ମିଳିବ ମୁକ୍ତି

Related posts

କେନ୍ଦ୍ର ସରକାରଙ୍କ କୋଠାବାଡ଼ି ଓ ସହର ମନ୍ତ୍ରଣାଳୟ ଦ୍ଵାରା କର୍ମଚାରୀଙ୍କ ପାଇଁ ଆକର୍ଷଣୀୟ ଯୋଜନା

ENO Beuro

ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ ଖୋଜିବ ଡ୍ରୋନ

Ratnamani Moharana

ଭୁବନେଶ୍ଵର ଯୁବତୀଙ୍କୁ ପିଛା କରି ଛାତ୍ରୀଙ୍କଠାରୁ ଛେଚା ଖାଇଲେ ରୋଡ ରୋମିଓ

Ratnamani Moharana