News

ଜୁଲାଇ ୧୫ରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରାୟନ-୨

Isr

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ଚନ୍ଦ୍ରଯାନ-୨  ଅଭିଯାନ ଆରମ୍ଭ ହେବା ପୂର୍ବରୁ ବୁଧବାର ଏହାର ଏକ ଫଟୋ ଉନ୍ମୋଚନ କରାଯାଇଛି। ଆସନ୍ତା ଜୁଲାଇ ୯ରୁ ୧୬ ତାରିଖ ମଧ୍ୟରେ ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ ସ୍ପେଶ୍‌ ସେଣ୍ଟରରୁ ଇସ୍ରୋ ଚନ୍ଦ୍ରଯାନ-୨ ଅଭିଯାନ ଆରମ୍ଭ କରିଛି। ଚନ୍ଦ୍ରଯାନ-୨ ମିଶନରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଜିଏସଏଲଭି ଏମକେ ୩ ଜରିଆରେ ୩ଟି ମଡ୍ୟୁଲ ଯଥା ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର ଏବଂ ଗୋଟିଏ ରୋଭର ମହାକାଶକୁ ପ୍ରେରଣ କରାଯିବ। ଲ୍ୟାଣ୍ଡରଟିର ନାଁ ବିକ୍ରମ ରଖାଯାଇଥିବାବେଳେ ରୋଭରଟିର ନାଁ ପ୍ରଜ୍ଞାନ ରହିଛି। ରୋଭର ପ୍ରଜ୍ଞାନକୁ ଲ୍ୟାଣ୍ଡର ବିକ୍ରମ ମଧ୍ୟରେ ରଖାଯିବ। ଲ୍ୟାଣ୍ଡରଟି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ପରେ ରୋଭର ପ୍ରଜ୍ଞାନକୁ ସେଠାରେ ମୁତୟନ କରାଯିବ।

ଜୁଲାଇ ୧୫ ତାରଖରେ ଚନ୍ଦ୍ରପୃଷ୍ଠକୁ ଯାତ୍ରା ଆରମ୍ଭ କରିବାକୁ ଥିବା ଚନ୍ଦ୍ରାୟନ-୨ ଯାନରେ ତିନିଟି ଗୁରୁତ୍ୱପୂର୍ଣ୍ଣ ଯାନ ରହିଛି। ପ୍ରଥମଟି ‘ଅବ୍ରିଟର’ ହୋଇଥିବା ବେଳେ ଦ୍ୱିତୀୟଟି ହେଉଛି ‘ଲାଣ୍ଡର’ (ବିକ୍ରମ) ଏବଂ ତୃତୀୟଟି ହେଉଛି ‘ରୋଭର୍‌’ (ପ୍ରଜ୍ଞାନ)। ‘ରୋଭର’କୁ ରଖାଯାଇଛି ‘ଲାଣ୍ଡର’ ମଧ୍ୟରେ।

3
3

ଏହି ତିନିଟି ଯାନକୁ ଗୋଟିଏ ଜିଏସ୍‌ଏଲ୍‌ଭି ଏମ୍‌କେ- ।।। ରକେଟ ମଧ୍ୟରେ ରଖାଯାଇ ଏହାକୁ ଅନ୍ତରୀକ୍ଷକୁ ଛଡ଼ାଯିବ। ଅନ୍ତରୀକ୍ଷର କକ୍ଷ ପଥରେ ପହଞ୍ଚିବା ପରେ ଏହି ତିନିଟି ଯାନ ରକେଟ ଠାରୁ ଅଲଗା ହୋଇଯିବ। ପରେ ଅରବିଟର, ଲାଣ୍ଡର ଓ ରୋଭରକୁ ଧରି ପୃଥିବୀ କକ୍ଷ ପଥରେ ଘୂରି ବୁଲିବ। ପରବର୍ତ୍ତୀ ସମୟରେ ଲାଣ୍ଡର ଓ ରୋଭର ଅରବିଟର ଠାରୁ ଅଲଗା ହୋଇଯିବେ ଏବଂ ରୋଭରକୁ ଧରି ଲାଣ୍ଡର ଯାଇ ଚନ୍ଦ୍ରପୃଷ୍ଠରେ ଅବତାରଣ କରିବ।

1
1

ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ରୋଭର ଲାଣ୍ଠର ଠାରୁ ଅଲଗା ହୋଇଯିବ ଏବଂ ଚନ୍ଦ୍ରପୃଷ୍ଠରେ ଘୂରି ବୁଲିବା ସହ ଚନ୍ଦ୍ରପୃଷ୍ଠର ଅଜ୍ଞାତ ତଥ୍ୟ ଓ ଫଟୋଚିତ୍ର ସବୁକୁ ସଂଗ୍ରହ କରିବା ସହ ସେସବୁକୁ ଇସ୍ରୋକୁ ପ୍ରେରଣ କରିବ। ଏଥିପାଇଁ ଇସ୍ରୋ ପକ୍ଷରୁ ବ୍ୟାପକ ଉପକରଣ ଓ ଉଚ୍ଚ କ୍ଷମତା ସଂପନ୍ନ କ୍ୟାମେରା ରୋଭରରେ ଖଞ୍ଜା ଯାଇଛି।

5
5

ପଢନ୍ତୁ: ପାକିସ୍ତାନ ଆକାଶରେ ବିଶକେକ୍‌ ଯିବେନି ମୋଦି

Related posts

ମିସ୍ ଫିଲିପାଇନ୍ସ ହେଲେ ମିସ୍ ୟୁନିଭର୍ସ

ENO Beuro

ଆସନ୍ତା ୧୮ ତାରିଖରେ ସାରା ଭାରତରେ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା

ENO Beuro

ଦରମା ଓ ପେନସନ୍ ଦାବିରେ ତିନି ଦିନ ଧରି ଚାଲିଛି ଶ୍ରମିକ ଆନ୍ଦୋଳନ

ENO Beuro

Leave a Comment