News

୨୦ରେ ଚନ୍ଦ୍ରର ନିକଟବର୍ତ୍ତୀ ହେବ ଚନ୍ଦ୍ରଯାନ-୨: ଇସ୍ରୋ

Isro 1 650x430

ଚନ୍ଦ୍ର ଅଭିମୁଖେ ଗତ ୨୨ ତାରିଖରୁ ଯାତ୍ରା ଆରମ୍ଭ କରିଥିବା ଚନ୍ଦ୍ରଯାନ-୨ ପ୍ରେରଣର ଅଭିଯାନ ଠିକ୍ ରହିଛି। ଆସନ୍ତା ୨୦ ତାରିଖରେ ଏହା ଚନ୍ଦ୍ରର ନିକଟରେ ପହଞ୍ଚିବ ଏବଂ ସେପ୍ଟେମ୍ବର ୭ ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ନେଇ ଆଶା କରାଯାଉଛି ବୋଲି ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍ ଆଜି ସୂଚନା ଦେଇଛନ୍ତି।

 

ଭାରତୀୟ ମହାକାଶ ବିଜ୍ଞାନର ଜନକ ଡକ୍ଟର ବିକ୍ରମ ସାରାଭାଇଙ୍କ ଜନ୍ମ ଶତାଦ୍ଦୀ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଡା. ଶିବନ କହିଛନ୍ତି ଚନ୍ଦ୍ରଯାନ-୨ ଏବେ ପୃଥିବୀର କକ୍ଷରେ ଘୁରି ବୁଲୁଛି  ଅଗଷ୍ଟ ୧୪ ତାରିଖରେ ଇସ୍ରୋ ପକ୍ଷରୁ ଟ୍ରାନ୍ସ ଲୁନାର ଇଞ୍ଜେକସନ  କାର୍ଯ୍ୟ କରାଯିବ। ଏହାଦ୍ବାରା ଚନ୍ଦ୍ରଯାନ ୨ ପୃଥିବୀ ଛାଡ଼ି ଚନ୍ଦ୍ର ଅଭିମୁଖେ ଯିବ ବୋଲି ଶିବନ୍ କହିଛନ୍ତି। ଶେଷରେ ସେପ୍ଟେମ୍ୱର ୭ ତାରିଖରେ ଚନ୍ଦ୍ରଯାନ-୨ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ।

ପଢନ୍ତୁ: ୯ ରାଜ୍ୟରେ ତାଣ୍ଡବ ରଚୁଛି ବନ୍ୟା

Related posts

ଓଡିଶାରେ ବିଳମ୍ବ ହେବ ଭୋଟ ଫଳ ଘୋଷଣା

Ratnamani Moharana

ଟିକ ଟକ କମ୍ପାନୀ ଭାରତରେ ଲଞ୍ଚ କରିବ ନୂଆ ଆପ

Ratnamani Moharana

ପୁଲୱାମା ଆତଙ୍କୀ ଆକ୍ରମଣ: କାର ମାଲିକ ଜୌସର ଆତଙ୍କୀ ସଜ୍ଜାଦ ଭଟ୍ଟ 

ENO Beuro

1 comment

Leave a Comment