News

ଦିଲ୍ଲୀର ଦ୍ୱାରକାରେ ଉଦଘାଟିତ ହେଲା ଇ-ବାହାନ ପାଇଁ ଚାର୍ଜିଂ କେନ୍ଦ୍ର

By Krishna Kumar Manoj

September 08, 2018

କେନ୍ଦ୍ର ଭାରୀ ଉଦ୍ୟୋଗ ଏବଂ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଅନନ୍ତ ଜୀ ଗୀତେ  ଗୁରୁବାରେ  ନୂଆଦିଲ୍ଲୀଠାରେ ଦ୍ୱାରକା ମେଟ୍ରୋ ଷ୍ଟେସନ ପରିସରରେ ଚାର୍ଜିଂ କେନ୍ଦ୍ରର ଉଦଘାଟନ କରିଛନ୍ତି । 18ଟି ଚାର୍ଜିଂ କେନ୍ଦ୍ର ସହିତ ଚାର୍ଜିଂ ଭିତ୍ତିଭୂମିର ବିକାଶ ରାଜସ୍ଥାନ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇଷ୍ଟ୍ରୁମେଣ୍ଟ ଲିମିଟେଡ (REIL) କରିଛି । ଏହି ଅବସରରେ ଶ୍ରୀ ଅନନ୍ତ ଜୀ ଗୀତେ କହିଲେ ଯେ ଏହି ଚାର୍ଜିଂ କେନ୍ଦ୍ରରୁ 400 ଇ-ରିକ୍ସା ବିନା ଶୁଳ୍କରେ ନିଜର ବାହନକୁ ଚାର୍ଜ କରିପାରିବେ । ସେ କହିଲେ ଯେ ଯଦି ପ୍ରାୟୋଜକ ଆଗେଇ ଆସିବେ ତେବେ ସବୁଦିନ ପାଇଁ ଚାର୍ଜିଂକୁ ମୁକ୍ତ କରିଦିଆଯିବ ।

ଆରଇଆଇଏଲ ଭିନ୍ନ ଭିନ୍ନ ସହରରେ ଏପର୍ଯ୍ୟନ୍ତ 45ଟି ଚାର୍ଜିଂ କେନ୍ଦ୍ରର ସ୍ଥାପନା କରିସାରିଛି । ଆରଇଆଇଏଲ ଦ୍ୱାରା ସ୍ଥାପିତ କରାଯାଇଥିବା ଚାର୍ଜିଂ କେନ୍ଦ୍ର ପାଇଁ ଭାରୀ ଉଦ୍ୟୋଗ ବିଭାଗ ରାଶି ଉପଲବ୍ଧ କରାଇଛନ୍ତି । ଗତ ସପ୍ତାହରେ ଶ୍ରୀ ଅନନ୍ତ ଗୀତେ ଇ-ବାହାନର ଚାର୍ଜିଂ ସୁବିଧା ପାଇଁ ନୂଆଦିଲ୍ଲୀର ଉଦ୍ୟୋଗ ଭବନ ପରିସରରେ 8ଟି ଚାର୍ଜିଂ କେନ୍ଦ୍ରର ଶୁଭାରମ୍ଭ କରିଥିଲେ ।

ପ୍ରଦୂଷଣ ସ୍ତରରେ ହ୍ରାସ ଏବଂ ସହରକୁ ସଫା ସୁତୁରା ଏବଂ ପରିବେଶ ଅନୁକୂଳ କରିବା ପାଇଁ ସରକାର ଇଲେକ୍ଟ୍ରୋନିକ ଉର୍ଜା ଆଧାରିତ ସାର୍ବଜନୀକ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ଏଫଏଏମଇ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି । ଏଫଏଏମଇ ଯୋଜନାର ଦ୍ୱିତୀୟ ସୋପାନରେ ଦେଶରେ ଇଲେକ୍ଟ୍ରିକ ମୋବିଲିଟିକୁ ସହଜ କରିବା ପାଇଁ ଚାର୍ଜିଂ ଭିତ୍ତିଭୂମିର ବିକାଶର ଆବଶ୍ୟକତା ରହିଛି । ବିଭାଗ ସରକାରଙ୍କ ରାଷ୍ଟ୍ରୀୟ ଇଲେକ୍ଟ୍ରିକ ମୋବିଲିଟି ମିଶନ ଯୋଜନା ଅନ୍ତର୍ଗତ 2015ରେ ଏଫଏଏମଇ ଇଣ୍ଡିଆ ଯୋଜନାକୁ ଅଧିସୂଚିତ କରିଛି ।

ଏହି ଅବସରରେ ଦିଲ୍ଲୀ ମେଟ୍ରୋ ରେଳ ନିଗମର ପ୍ରବନ୍ଧ ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ।

ପଢନ୍ତୁ; ନାରୀ ଶକ୍ତି ପୁରସ୍କାର ୨୦୧୮ ପାଇଁ ନାମାଙ୍କନ ଆମନ୍ତ୍ରିତ