News

ସରିଲା ରଥଯାତ୍ରା ଆରମ୍ଭ ହେଲା ମହାପ୍ରଭୁଙ୍କ ରଥଭଙ୍ଗା କାର୍ଯ୍ୟ

Untitled 1

ସରିଲା ରଥଯାତ୍ରା। ମାହାପ୍ରଭୁ ବିଜେ କଲେ ଶ୍ରୀ ମନ୍ଦିର। ଏବେ ନୀତିଦିନ ପରି ଚାଲିଛି ପୂଜାନିତି। ଆଜିଠୁ ଆରମ୍ଭ ହୋଇଛି ରଥ ଭଙ୍ଗା କାର୍ଯ୍ୟ। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରିଛନ୍ତି । ମୁଖ୍ୟ ଭୋଇ ସର୍ଦ୍ଦାରଙ୍କ ନିର୍ଦ୍ଦେଶକ୍ରମେ ୫ ଜଣ ପ୍ରମୁଖ ଭୋଇ ଉପସ୍ଥିତ ରହି ରଥଭଙ୍ଗା କାର୍ଯ୍ୟ ଆରମ୍ଭ କରିଥାନ୍ତି । ତେବେ ମହାପ୍ରଭୁଙ୍କର ଏହି ରଥଭଙ୍ଗା କାମରେ ମୋଟ ୨୦ ଜଣ ଭୋଇ ସେବାକମାନେ ୧୨ ଦିନ ଭିତରେ ୩ ରଥକୁ ଭାଙ୍ଗିଥାନ୍ତି । ପ୍ରଥମେ ଦେବଦଳନ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି ।

ବିଶ୍ୱାସ ରହିଛି, ରଥକାଠ  ଘରେ ରଖିବା ଦ୍ୱାରା ସବୁ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ । ରଥର ଚକ, ପ୍ରଭା, ଦ୍ୱାର ବେଢା, କଣଗୁଜକୁ ଶ୍ରୀମନ୍ଦିର ପ୍ରଶାସନ ନିଲାମ କରିଥାଏ । ଏବଂ ଅନ୍ୟ ଟୁକୁରା କାଠ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ଜାଳ ଭାବେ ବ୍ୟବହାର ହୋଇଥାଏ ।

ପଢନ୍ତୁ: ବ୍ରିଟେନ ମନ୍ତ୍ରୀମଣ୍ଡଳରେ ତିନି ଭାରତୀୟ

Related posts

ମହଙ୍ଗା ହେବାକୁ ଯାଉଛି ଓମ୍‌ଫେଡ୍‌ ପ୍ୟାକେଟ୍‌

Ratnamani Moharana

ସୋସିଆଲ ମିଡିଆରେ ଘୁରି ବୁଲୁଛି ନିର୍ବାଚନୀ ଗୀତ: ସଭିଙ୍କ କଣ୍ଠରେ ନବୀନ

Ratnamani Moharana

ଅସ୍ତ୍ରୋପଚାର ସଫଳ ହୋଇଛି ସତ ହେଲେ ବଳିଆକୁ ନେଇ ଚିନ୍ତା ବଢିଯାଇଛି

ENO Beuro

Leave a Comment