News

ଶରଧାବାଲିରେ ୩ରଥ: ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ

Untitled 1

ଶରଧାବାଲିରେ ରଥ ଉପରେ ଥାଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଆଜି ଅପରାହ୍ନ ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ରହିବେ। ଅପରାହ୍ନରେ ତିନି ଠାକରଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଯିବ। ଏନେଇ ସମୟ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିପାରନ୍ତି ବୋଲି ଜଣାପଡିଛି। ଆଡ଼ପମଣ୍ଡପକୁ ବିଜେ ପରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ। ସକାଳ ସାଢେ ୭ଟାରୁ ସାଢେ ଆଠଟା ମଧ୍ୟରେ ଭକ୍ତମାନେ ସାହାଣମେଲା ଦର୍ଶନ କରିପାରନ୍ତି।

ଗତକାଲି ନିର୍ଦ୍ଧାରିତ ସମୟର ପୂର୍ବରୁ ଗୁଣ୍ଡିଚା ମନ୍ଦିର  ଆଗରେ ଲାଗି ଯାଇଥିଲା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ। ପ୍ରଥମେ ତାଳଧ୍ୱଜ ଓ ଦେବଦଳନ ରଥ ଶରଧାବାଲିରେ ଲାଗିବାର କିଛି ସମୟ ପରେ ନନ୍ଦିଘୋଷ ରଥ ମଧ୍ୟ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ଅନୁକୂଳ ପାଗ ଏବଂ ଶୃଙ୍ଖଳିତ ନୀତିକାନ୍ତି ସାଙ୍ଗକୁ ଯଥେଷ୍ଟ ଆଗୁଆ ରଥଟଣା ହୋଇଥିବାରୁ ତିନିଟି ଯାକ ରଥ ସଅଳ ଶରଧାବାଲିରେ ଲାଗିଥିଲା।

ପଢନ୍ତୁ: ଇତିହାସରେ ପ୍ରଥମଥର ବ୍ରିଫକେସ୍ ବଦଳରେ ଲାଲ୍ ବ୍ୟାଗରେ ବଜେଟ ରଖିଲେ ସୀତାରମଣ୍

Related posts

ଆରବିଆଇରେ ଓଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ENO Beuro

ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଯାତ୍ରୀମାନଙ୍କ ଠାରୁ ଲୁଟ୍‌ପାଟ୍‌

ENO Beuro

୨୨ରୁ ଆରମ୍ଭ ମାଟ୍ରିକ ପରୀକ୍ଷା,୮ରେ ମିଳିବ ଆଡମିଟ କାର୍ଡ

ENO Beuro

Leave a Comment