Loading...

କାର୍ତ୍ତିକରେ ଦିନ ୧୨ଟା ସୁଦ୍ଧା ମିଳିବ ମହାପ୍ରସାଦ

କାର୍ତ୍ତିକରେ ଦିନ ୧୨ଟା ସୁଦ୍ଧା ମିଳିବ ମହାପ୍ରସାଦ

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଗୁରୁବାର କେତେଗୁଡିଏ ନୀତିକନ୍ତି ଓ କାର୍ତ୍ତିକ ମାସରେ ପୁରୀରେ ହେବାକୁ ଥିବା ହବିଷିଆଳିଙ୍କ ଭିଡ ଓ ସେମାନଙ୍କ ହିତକୁ ସାମ୍ନାରେ ରଖି ଭିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା କରାଯାଇଛି।

କାର୍ତ୍ତିକ ମାସରେ ଦିନ ୧୨ଟା ସୁଦ୍ଧା ଭକ୍ତଙ୍କୁ ମିଳିବ ମହାପ୍ରସାଦ।ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଗୁରୁବାର କେତେଗୁଡିଏ ନୀତିକନ୍ତି ଓ କାର୍ତ୍ତିକ ମାସରେ ପୁରୀରେ ହେବାକୁ ଥିବା ହବିଷିଆଳିଙ୍କ ଭିଡ ଓ ସେମାନଙ୍କ ହିତକୁ ସାମ୍ନାରେ ରଖି ଭିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା କରାଯାଇଛି। ଅକ୍ଟୋବର ୬ରୁ ଶ୍ରୀମନ୍ଦିରରେ କାର୍ତ୍ତିକବ୍ରତ ଆରମ୍ଭ ହେବ। ତେଣୁ ଠାକୁରଙ୍କ ନୀତିକାନ୍ତି ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ କରିବା ପାଇଁ ସ୍ଥିର କରାଯାଇଛି। କାର୍ତ୍ତିକ ମାସରେ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଠାକୁରଙ୍କ ନୀତି ସଅଳ କରାଯିବ। ପଞ୍ଚୁକ ୫ଦିନ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି। ହବିଷ୍ୟାଳିମାନେ ମହାପ୍ରସାଦ ଉପରେ ନିର୍ଭର କରୁଥିବାରୁ ଦିନ ୧୨ଟା ସୁଦ୍ଧା ଯେପରି ଭୋଗମଣ୍ଡପ ନୀତି ଶେଷହେବ ସେ ସମ୍ପର୍କରେ ଆଲୋଚନା କରାଯାଇଛି। କାର୍ତ୍ତିକ ମାସରେ ଦିନ ୧୨ଟା ସୁଦ୍ଧା ଭକ୍ତଙ୍କୁ ମିଳିବ ମହାପ୍ରସାଦ।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.