News

ରାଫେଲ ପାଇଁ ବିବାଦ ଘେରରେ ଛତିଶଗଡର ଛୋଟ ଗାଁ

ରାଫେଲ   ପାଇଁ ସାରା ଭରତରେ ଲାଗିରହିଛି ବାଦବିବାଦ। ଏହି ବିବାଦ ଏବେ ସୁପ୍ରିମକୋର୍ଟରେ   ବିଚାରାଧୀନ ରହିଛି। ହେଲେ ରଫେଲକୁ ନେଇ ଛତିଶଗଡର  ଏକ ଗାଁ ଏବେ ଅଡୁଆରେ ପଡିଛି। ଏଥିପାଇଁ ନୁହେଁ କି ଏହି ଗାଁ ରଫେଲ କିଣିବା ଜନିତ କଥା ସହ ସମ୍ପୃକ୍ତ। ଛତିଶଗଡରେ ଏପରି ଏକ ଗାଁ ରହିଛି ଯାହାର ନାମ  ହେଉଛି “ରଫେଲ“। ସେଥିପାଇଁ ସେଠାକାର ଲୋକମାନେ କୌଣସି ବିବାଦରେ ନପଡି ବରଂ ନିଜ ଗାଁର   ନାମ ପରିବର୍ତନ  କରିବାକୁ ଚାହୁଞ୍ଚନ୍ତି।

ଛତିଶଗଡର ମହାସମୁନ୍ଦ ଲୋକସଭା ନିର୍ବାଚନମଣ୍ଡଳୀ  ଅଧୀନରେ ରହିଛି ଏହି ଗାଁ। ଏଠାରେ ପ୍ରାୟ ୨୦୦ ପରିବାର ବସବାସ କରନ୍ତି। ଏହି ଗାଁର ନାମକୁ ନେଇ ସମସ୍ତେ ଟାହିଟାପରା କରୁଛନ୍ତି। କେହି କେହି କହୁଛନ୍ତି ଯେ, କଂଗ୍ରେସ କ୍ଷମତାକୁ ଆସିଲେ ଏହି ଗାଁ ବିରୋଧରେ ଆଗ ତଦନ୍ତ କରାଯିବ। ଏହି ଗାଁର ଲୋକମାନଙ୍କ କହିବା ଅନୁଯାୟୀ ଆମେ  କୌଣସି ପ୍ରକାରର ବିବାଦରେ   ପଡିବାକୁ ଚାହୁଁନୁ। ତେଣୁ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏହି ଗାଁର ନାମ ପରିବର୍ତନ ପାଇଁ ଦେଖାକରିବାକୁ ଯାଇଥିଲୁ ମାତ୍ର ତାଙ୍କୁ ଦେଖା କରିପାରିଲୁ ନାହି।

ପଢନ୍ତୁ: ସୋସିଆଲ ମିଡିଆରେ ଘୁରି ବୁଲୁଛି ନିର୍ବାଚନୀ ଗୀତ: ସଭିଙ୍କ କଣ୍ଠରେ ନବୀନ

Related posts

ଭାରତର ରାଜଧାନୀ ଦିଲ୍ଲୀକୁ ନେଇ କେଜ୍ରିଓ୍ଵାଲ୍‌ ଉପସ୍ଥାପନ କରିଛନ୍ତି ବିଚିତ୍ର ପ୍ରଶ୍ନ

ENO Beuro

ଆଜି ଆଦିବାସୀ ଜନନାୟକ ମହାବିପ୍ଲବୀ ବିର୍ସା ମୁଣ୍ଡା ଙ୍କ ପବିତ୍ର ଜନ୍ମଦିବସ

ENO Beuro

କଂଗ୍ରେସ କର୍ମୀଙ୍କ ଦାଦାଗିରି : ଆଇଟିଆଇ ଛାତ୍ରଙ୍କୁ ଆକ୍ରମଣ, ମଧୁପାଟଣା ଥାନାରେ ଏତଲା !

ENO Beuro

Leave a Comment