News

ପ୍ରସିଦ୍ଧ ଚଉଷଠି ଯୋଗିନୀ ପୀଠରେ ସାଂସ୍କୃତିକ ମହୋତ୍ସବ ପାଇଁ ଧାର୍ଯ୍ୟ ହେଲା ସମୟ

By Krishna Kumar Manoj

November 24, 2017

ବାଲିଅନ୍ତା ବ୍ଲକ ହୀରାପୁରସ୍ଥିତ ପ୍ରସିଦ୍ଧ ଚଉଷଠି ଯୋଗିନୀ ପୀଠରେ ସାଂସ୍କୃତିକ ମହୋତ୍ସବ ପାଇଁ ଧାର୍ଯ୍ୟ ହେଲା ସମୟ । ଆସନ୍ତା ଡିସେମ୍ବର ମାସ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ ଏହି ମହୋତ୍ସବ ।

ଏହି ଶାସ୍ତ୍ରୀୟ ମନୋରଂଜନ ସାଂସ୍କୃତିକ ସଂଧ୍ୟାକୁ ସୁଚାରୁରୂପେ ଆୟୋଜନ ନିମିତ୍ତ ସ୍ଥାନୀୟ ବିଧାୟକ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଗତକାଲି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ସର୍କିଟ ହାଉସ୍‌ରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା । ଏଥିସହିତ ବିଭିର୍ଣ୍ଣ କଳା ଶିଳ୍ପୀଙ୍କୁ ସମ୍ମାନିତ କରାଯିବ ।

ଚଳିତ ବର୍ଷ ଚଉଷଠି ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନ ପଦ୍ମଶ୍ରୀ ଗୀତା ମହାଲିକ୍‌, ଚିତ୍ରକଳା ସମ୍ମାନ ବଳଦେବ ମହାରଥା, ନାଟ୍ୟ ସମ୍ମାନ ଅଜିତ୍‌ ଦାଶ ଓ ସାହିତ୍ୟ ସମ୍ମାନ ଶାନ୍ତନୁ ଆଚାର୍ଯ୍ୟ ସମ୍ମାନିତ ହେବେ ବୋଲି ମିଳିତ ନିସ୍ପତି ନିଆଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଭୁବନେଶ୍ୱର ଉପଜିଲ୍ଲାପାଳ ମାନସ ରଂଜନ ସାମଲ, ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି, ତହସିଲଦାର ଅକ୍ଷୟ କୁମାର ରାଉତ, ଅତିରିକ୍ତ ବିଡ଼ିଓ ସରୋଜ କୁମାର ନାୟକ, ସ୍ଥାନୀୟ ସରପଞ୍ଚ ସୁକାନ୍ତ ସାହୁ, ନୃତ୍ୟ ପ୍ରତିଭାର ସଂପାଦିକା ପ୍ରତିଭା ପଣ୍ଡା ଓ ସଭାପତି ଡ. ରଜନୀ ରଂଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ପଢନ୍ତୁ, ଅନଲାଇନ୍ ଟ୍ରାନଜାକ୍ସନ୍ ପାଇଁ ଏବେ ଗ୍ରାହକଙ୍କୁ ଶୁଳ୍କ ଦେବାକୁ ପଡିବନି : ଏଚଡ଼ିଏଫସି ବ୍ୟାଙ୍କ