EnewsOdia.Com

OYO ରୁମ୍‌ ଫାଉଣ୍ଡର ରିତେଶ ଅଗ୍ରଓ୍ବାଲଙ୍କ ନାଁରେ ଠକେଇ ମାମଲା

ପୁଣି ଚର୍ଚ୍ଚାରେ OYO । ଏଥର ଚର୍ଚ୍ଚା ନିଜ ମାଲିକଙ୍କ ବ୍ୟବସାୟ ପାରଦର୍ଶିତା ପାଇଁ ନୁହେଁ, ବରଂ ଏକ ବଡ଼ ଠକେଇ ଅଭିଯୋଗ ପାଇଁ । ଏନେଇ OYO ରୁମ୍‌ ଫାଉଣ୍ଡର ରିତେଶ ଅଗ୍ରଓ୍ବାଲଙ୍କ ନାଁରେ ଠକେଇ ମାମଲା ରୁଜୁ କରିଛି ବେଙ୍ଗାଲୁର ପୋଲିସ । ଆଇପିସିର ସେକ୍ସନ ୪୨୦ ଓ ୧୨୦ରେ ଦାୟର ହୋଇଛି ମାମଲା । ଯାହା ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଅନ୍ତର୍ଭୁକ୍ତ ।

ବେଙ୍ଗାଲୁରର ଜଣେ ହୋଟେଲ ମାଲିକ ବେଟ୍‌ଜ ଫର୍ଣ୍ଣାଣ୍ଡିଜ୍ ରିତେଶଙ୍କ ନାଁରେ ୩୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି । ହୋଟେଲ ରକ୍ସେଲ ଇନ୍‌ର ଏହି ମାଲିକ ରିତେଶଙ୍କ ବ୍ୟତୀତ OYO ସାଉଥ୍‌ ମୁଖ୍ୟ ରୋହିତ ଶ୍ରୀବାସ୍ତବ, ବିଜିନେସ ଡେଭଲପମେଣ୍ଟ ମ୍ୟାନେଜର ମାଧବେନ୍ଦ୍ର କୁମାର ଓ ଗୌରବ ଦେ, ଫାଇନାନ୍ସ ଅଫିସର୍‌ ପ୍ରତୀକ ଅଗ୍ରଓ୍ବାଲ, ମନଜିତ୍‌ ସିଂ, ମ୍ରିମୋନୀ ଚକ୍ରବର୍ତ୍ତୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛନ୍ତି । ମାସିକ ୭ଲକ୍ଷ ଏଗ୍ରିମେଣ୍ଟରେ OYO ତାଙ୍କୁ ୫ ମାସ ହେଲା ଟଙ୍କା ଠକୁଥିବା ଅଭିଯୋଗ କରିଛନ୍ତି ଏହି ହୋଟେଲିୟର ।

Ritesh Agrawal

ସେପଟେ ଏ ସଂପର୍କରେ ପ୍ରତିକ୍ରିୟା ରଖିଛି OYO । ତାଙ୍କର ବ୍ୟବସାୟିକ ଛବି ଖରାପ କରିବା ଓ ଚର୍ଚ୍ଚାକୁ ଆସିବା ପାଇଁ ଏଭଳି ଅଭିଯୋଗ ହୋଇଥିବା ସଫେଇ ଦେଇଛି । ଏନେଇ ପାଲଟା ମାନହାନୀ ମାମଲା ରୁଜୁ କରିବାକୁ ଓୟୋ ପ୍ରସ୍ତୁତ ହେଉଥିବା ସଫେଇ ଦେଇଛି । ଗତ ସେପ୍ଟେମ୍ବରରେ OYO ବିରୋଧରେ ମଧ୍ୟ ଏକ ସମାନ ଧରଣର ଅଭିଯୋଗ ଆସିଥିଲା । ଯେଉଁଥିରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ OYO ସପକ୍ଷରେ ଯାଇଥିଲା । ତେଣୁ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ରହିଛି ଏହି ବ୍ୟବସାୟିକ ଅନୁଷ୍ଠାନ ।

ପଢନ୍ତୁ: ଫାଶୀ ପାଇବେ କି ନିର୍ଭୟା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ!

ସମ୍ବନ୍ଧିତ ଖବର

ସରକାରୀ କଲେଜ ଅଧ୍ୟାପକଙ୍କ ଘରୋଇ ଟ୍ୟୁସନ ଉପରେ ବ୍ରେକ

Ratnamani Maharana

ବଜାରରେ ଏବେ ରସୁଣ ରାଜ୍

Ratnamani Maharana

ବାତ୍ୟା ପାଇଁ ୯ଟି ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା

Ratnamani Maharana

ଇତିହାସ ସୃଷ୍ଟି କଲେ ରକ୍ତଦାତା : ୪ ଜଣ ଦାନ କଲେ ବିରଳ ବମ୍ବେ ଫିନୋଟାଇପ୍‌ ରକ୍ତ

Ratnamani Maharana

ଚଳିତ ବର୍ଷ ଲାଗୁ ହେବନି ଯୁକ୍ତ ୨ ପ୍ରଥମ ବର୍ଷରେ ୩୩% ପାସ୍ ନିୟମ

Ratnamani Maharana

ଚୀନରେ ଏସଏଆରଏସ ଭାଇରସ ଆତଙ୍କ, ଭାରତ ପାଇଁ ସତର୍କ ଘଣ୍ଟି

Ratnamani Maharana