ରସାୟନ ବିଜ୍ଞାନରେ ୩ଜଣଙ୍କୁ ନୋବେଲ ପୁରସ୍କାର

nobel

ବିବତ୍ତର୍ନ ପ୍ରକ୍ରିୟାରେ ନୂଆ ପ୍ରୋଟିନର ସୃଷ୍ଟି

ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର । ୨୦୧୮ରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ଜଣ ବୈଜ୍ଞାନିକଙ୍କୁ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବେୈଜ୍ଞାନିକ ଫ୍ରାନ୍ସେସ ଆରନୋଲ୍ଡ,, ଜର୍ଜ ପି.ସ୍ମିଥ୍, ଗ୍ରୋଗେରୀ ପି.ୱିଣ୍ଟରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

nobel

ସ୍ବିଡେନ୍‌ର ରୟାଲ ଏକାଡେମୀ ଅଫ୍‌ ସାଇନ୍ସ ପକ୍ଷରୁ କୁହାଯାଇଛି ଯେ ଯେଉଁ ୩ ଜଣ ପ୍ରଖ୍ୟାତ ବୈଜ୍ଞାନିକଙ୍କୁ ରସାୟନରେ ନୋବେଲ ପାଇଁ ଚୟନ କରାଯାଇଛି। ସେମାନଙ୍କ ସଫଳ ଗବେଷଣା ଯୋଗୁଁ ନୂତନ ଫାର୍ମାସ୍ୟୁଟିକାଲ ଏବଂ ବାୟୋଫୁଏଲ୍‌ ନିର୍ମାଣ ସମ୍ଭବ ହୋଇପାରିଛି।

ଡାର୍‌ୱିନ୍‌ ଥିଓରୀର ମୂଳ ସିଦ୍ଧାନ୍ତକୁ ଟେଷ୍ଟ୍‌ ଟ୍ୟୁବ୍‌ରେ ସଫଳତା ସହ ପ୍ରୟୋଗ କରିବା ଯୋଗୁ ସେମାନଙ୍କୁ ଏହି ପୁରସ୍କାର ମିଳିଛି। ସେମାନେ ବିବର୍ତ୍ତନବାଦର ଶକ୍ତିକୁ ବ୍ୟବହାର କରି ଔଷଧ ଏବଂ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ଜରୁରୀ ହେଉଥିବା ପ୍ରୋଟିନ୍ ବିକଶିତ କରିବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

ପଢନ୍ତୁ; ବିଶ୍ଵର ୪ର୍ଥ ଜନବହୁଳ ଦେଶ ହେବ ପାକ୍

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More