News

ସିରିୟାରେ ରାସାୟନିକ ଆକ୍ରମଣ

ସିରିୟାରେ ରାସାୟନିକ ଆକ୍ରମଣ, ଜୀବନ ହରାଇଲେ ୮୦ରୁ ଅଧିକ

ସିରିୟାର ପୂର୍ବାଞ୍ଚଳ ଘୋଉଟାରେ ରାସାୟନିକ ଅସ୍ତ୍ର ଆକ୍ରମଣରେ ରବିବାର ଅନ୍ୟୁନ ୮୦ ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁସଂଖ୍ୟା ଅହୁରି ବୃଦ୍ଧି ପାଇବା ଆଶଙ୍କା ଥିବା ବେଳେ ଏହି ଘଟଣା ନେଇ ମାନବାଧିକାର ସଂଗଠନଗୁଡ଼ିକ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଘୌଟାରେ ବିଦ୍ରୋହୀଙ୍କ ଦଖଲରେ ଥିବା ଅଂଚଳରେ ଶନିବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣ ବଡ଼ ଧରଣର ସଙ୍କଟ ସୃଷ୍ଟି କରିଛି।

ରାସାୟନିକ ଅସ୍ତ୍ର ଶିକାର ଲୋକଙ୍କ ମୁହଁରୁ ଫେଣ ବାହରୁଥିବା ଓ ଦେହରେ ବିଭିନ୍ନ ଦାଗ ପଡୁଥିବା ଦେଖିବାକୁ ମିଳୁଛି । ଅପରପକ୍ଷରେ ସିରିୟା ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଘୋଉଟାକୁ ସେନା ଖୁବଶୀଘ୍ର ବିଦ୍ରୋହୀଙ୍କ କବଳରୁ ମୁକ୍ତ କରିବାକୁ ଯାଉଛି। ସେନାକୁ ରୋକିବାରେ ବିଦ୍ରୋହୀମାନେ ବିଫଳ ହୋଇଛନ୍ତି। ପରାଜୟର ଦ୍ୱାରଦେଶରେ ପହଞ୍ଚିବା ଦେଖି ବିଦ୍ରୋହୀମାନେ ମିଥ୍ୟାରେ ରାସାୟନିକ ଅସ୍ତ୍ର ଆକ୍ରମଣ କଥା ପ୍ରଚାର କରୁଛନ୍ତି ।ଗତ ସପ୍ତାହରେ ଘୋଉଟାରେ ରାସାୟନିକ ଅସ୍ତ୍ର ଆକ୍ରମଣରେ ୧୧ ଶିଶୁଙ୍କୁ ମିଶାଇ ୫୮ ଲୋକଙ୍କ ମୃତ୍ୟୁ ଘଟିଥିଲା।

ସରକାରୀ ଏଜେନ୍ସି ସନା ସରକାରୀ ସୂତ୍ର ଆଧାରରେ କହିଛନ୍ତି ଯେ, ଆତଙ୍କବାଦୀ ଗଢରେ ଆତଙ୍କୀଙ୍କ ମୁକାବିଲା କରିବା ପାଇଁ ଆଗକୁ ବଢୁଥିବା ସେନାଙ୍କ ଅଭିଯାନରେ ବାଧା ଦେବାକୁ ଚେଷ୍ଟା କରାଯାଉଛି। ସନା କହିଛି ଯେ, ସିରିଆ ସେନାକୁ କୌଣସି ପ୍ରକାରର ରାସାୟନିକ ସାମଗ୍ରୀ ବ୍ୟବହାର କରିବାର ଆବଶ୍ୟକତା ନାହିଁ। ତେଣୁ ସିରିୟା ସେନା ଏହି ରାସାୟନିକ ଅସ୍ତ୍ର ପ୍ରୟୋଗ କରି ନାହାନ୍ତି।

ପଢନ୍ତୁ; ଆଇପିଏଲର ତୃତୀୟ ମ୍ୟାଚରେ କୋଲକାତାର ସହଜ ବିଜୟ

Related posts

ବ୍ରିଟେନର ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗଙ୍କ ଦେହାନ୍ତ

ENO Beuro

ମାର୍କ ଜୁକରବର୍ଗଙ୍କ ବଡ ପ୍ରତିଶ୍ରୁତି

ENO Beuro

Mobile Medical Units (MMUs) Started To Provide Healthcare Facilities In Rural Odisha

ENO Beuro

1 comment

Leave a Comment