EnewsOdia.Com

ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ହେବ ଏସିଆର ସବୁଠାରୁ ବଡ଼ ସୁଡ଼ଙ୍ଗ

ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ହେବ ଏସିଆର ସବୁଠାରୁ ବଡ ସୁଡ଼ଙ୍ଗ ।  ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକେ ଜାଣିବେ, ଯିଏ ଦେଶକୁ ଏକ ନିଶାନ, ଏକ ବିଧାନ ଏବଂ ଏକ ପ୍ରଧାନର ମନ୍ତ୍ର ଦେଇଥିଲେ ତାଙ୍କରି ନାଁରେ ଚେନାନୀ ନାସରିକୁ ନାମିତ କରାଯିବ । ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ଏହି ସୁଡ଼ଙ୍ଗ ରଖିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ରାସ୍ତା ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି ।

ଜମ୍ମୁ କାଶ୍ମୀରରେ ରାଷ୍ଟ୍ରୀୟ ରାଜପଥ ୪୪ ଉପରେ ପ୍ରାୟ ୨୫୦୦ କୋଟି ବ୍ୟୟରେ ନିର୍ମିତ ସୁଡଙ୍ଗ ଚେନାନୀ ନାସରିକୁ  ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀ ନାଁରେ ନାମିତ କରାଯିବ । ଏହାକୁ ଏସିଆର ସବୁଠାରୁ ବଡ଼ ସୁଡ଼ଙ୍ଗ ବୋଲି କୁହାଯାଉଛି । ଗଡକରି ଆହୁରି ମଧ୍ୟ କହିଛନ୍ତି ଏହାକୁ ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି । ଏହି ସୁଡ଼ଙ୍ଗକୁ ଏସିଆର ସବୁଠାରୁ ହାଇଟେକ ସୁଡଙ୍ଗ ମଧ୍ୟରୁ ଗୋଟିଏ କୁହାଯାଉଛି, ୯.୨ କିମିର ଏହି ସୁଡଙ୍ଗ ଏସିଆର ସବୁଠାରୁ ଲମ୍ୱା ସୁଡଙ୍ଗ ମଧ୍ୟରୁ ଗୋଟିଏ । ଏହା ଉଦ୍ଧମପୁର ଜିଲ୍ଲାର ଚେନାନୀକୁ ରାମବନ ଜିଲ୍ଲାର ନାସରି ସହ ଯୋଡ଼ୁଛି ।

ପଢନ୍ତୁ: ଜମ୍ମୁ କଶ୍ମୀରରେ ଉଚ୍ଛେଦ ହେଲା ବିଧାନ ପରିଷଦ

ସମ୍ବନ୍ଧିତ ଖବର

ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି

Ratnamani Maharana

ରାଜ୍ୟ କଂଗ୍ରେସରେ ନିରଞ୍ଜନ ହଟାଅ ମେଳି !

Ratnamani Maharana

ଶ୍ୱେତପତ୍ରରେ କାଳିଆର ସ୍ପଷ୍ଟିକରଣ ଦିଅନ୍ତୁ ରାଜ୍ୟ ସରକାର: ବିଜେପି

Ratnamani Maharana

ଆରମ୍ଭ ହେଲା ବିଜେଡିର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ

Ratnamani Maharana

ଭାରତ ମାନଚିତ୍ରରୁ ଲିଭିଲା ଜାମ୍ମୁକାଶ୍ମୀର ରାଜ୍ୟର ଭୂଗୋଳ

Ratnamani Maharana

ଆଜି ମହାରାଷ୍ଟ୍ର ମହାନାଟକରେ ପଡ଼ିପାରେ ଯବନିକା

Ratnamani Maharana