SPORTS

ଫାଇନାଲ୍‌ରେ ହେବ ଚେନ୍ନାଇ-ହାଇଦ୍ରାବାଦ ଟକ୍କର୍ !

ଆଇପିଏଲ୍‍ର ୧୧ତମ ସଂସ୍କରଣର ଫାଇନାଲ୍‍ ମ୍ୟାଚ୍‍ ଚେନ୍ନଇ ସୁପର କିଙ୍ଗ୍‍ସ ଓ ସନ୍‍ରାଇଜର୍ସ ହାଇଦ୍ରାବାଦ୍‍ ମଧ୍ୟରେ ଅନୁଷ୍ଠିତ ହେବ । ପୂର୍ବରୁ ଚେନ୍ନଇ ସୁପର କିଙ୍ଗ୍‍ସ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଶୁକ୍ରବାର ଖେଳା ଯାଇଥିବା ୨ୟ କ୍ୱାଲିଫାୟର ମ୍ୟାଚ୍‍ରେ କଲକାତା ନାଇଟ ରାଇଡର୍ସକୁ ୧୩ ରନ୍‍ରେ ସନ୍‍ରାଇଜର୍ସ ପରାସ୍ତ କରି ଏହି ସମ୍ଭାବନା ସୃଷ୍ଟି କରିଛି ।

ଇଡ଼େନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ଓ୍ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା ।  ଏହାପରେ ୧୭୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ ଓଭର୍‌ରେ ୯ ଓ୍ୱିକେଟ୍ ବିନିମୟରେ ୧୬୧ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା କୋଲକାତା ।

ସଂକ୍ଷିପ୍ତ ସ୍କୋର୍‌ :-

ସନ୍‌ରାଇଜର୍ସ ହାଇଦ୍ରାବାଦ: ୨୦ ଓଭରରେ ୧୭୪/୭ (ରିଦ୍ଧିମାନ ସାହା-୩୫, ଶିଖର ଧାଓ୍ଵନ-୩୪, ରସିଦ୍‌ ଖାନ୍‌-୩୪*, ସକିବ୍‌ ଅଲ୍‌ ହାସନ୍‌-୨୮, ଦୀପକ ହୁଦା-୧୯, କୁଲଦୀପ ଯାଦବ-୨/୨୯, ପୀୟୂଷ ଚାଓ୍ଵଲା-୧/୨୨, ସୁନୀଲ ନରିନ-୧/୨୪, ଶିଭମ୍‌ ମାଭି-୧/୩୩)।

କୋଲ୍‌କାତା ନାଇଟ୍‌ ରାଇଡର୍ସ: ୨୦ ଓଭରରେ ୧୬୦/୯ (କ୍ରିସ୍‌ ଲିନ୍‌-୪୮, ଶୁଭମନ୍‌ ଗିଲ୍‌-୩୦, ସୁନୀଲ ନରିନ-୨୬, ନୀତିଶ ରାଣା-୨୨, ରସିଦ୍‌ ଖାନ୍‌-୩/୧୯, କାର୍ଲୋସ ବ୍ରାଥ୍‌େଓ୍ଵଟ୍‌-୨/୧୫, ସିଦ୍ଧାର୍ଥ କଉଲ୍‌-୨/୩୨, ସକିବ୍‌ ଅଲ୍‌ ହାସନ୍‌-୧/୧୬)।

ଫାଇନାଲ୍‌ରେ ହେବ ଚେନ୍ନାଇ-ହାଇଦ୍ରାବାଦ ଟକ୍କର୍ ! chhenai and sanraijar

ପଢନ୍ତୁ ;

ସୋସିଆଲ ମିଡିଆରେ ଶିଖ ପୁଲିସ ଏସ୍ଆଇ ହିରୋ, ଉତ୍ୟକ୍ତ ଲୋକଙ୍କ କବଳରୁ ମୁସଲିମ ଯୁବକକୁ ବଞ୍ଚାଇଲେ !

Related posts

ବଲ ଟ୍ୟାମ୍ପରିଂ : ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି କ୍ଷମା ମାଗିଲେ ସ୍ମିଥ୍ , କହିଲେ ଏ ସବୁ ପାଇଁ ମୁଁ ଦାୟୀ

Krishna Kumar Manoj

ଫିଫା ବିଶ୍ୱକପ୍‌: ଫାଇନାଲରେ କ୍ରୋଏସିଆ-ଫ୍ରାନ୍ସ

Krishna Kumar Manoj

ପତ୍ନୀଙ୍କ ଅଭିଯୋଗ ଉପରେ କ୍ରିକେଟ ଖେଳାଳି ମହମ୍ମଦ ସାମିଙ୍କୁ ପଚରାଉଚରା କରିବ ପୁଲିସ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More