SPORTS

ସୁପରକିଙ୍ଗସର ବିଶାଳ ବିଜୟ : ସନ୍‍ରାଇଜର୍ସକୁ ହରାଇ ପ୍ଲେଅଫ୍‍ରେ ଚେନ୍ନାଇ

ରାୟୁଡୁ ଶତକରେ ଚେନ୍ନାଇ ପ୍ଲେ ଅଫ୍‌ ପକ୍କା

ଅମ୍ବତି ରାୟୁଡୁଙ୍କ ଶତକ ବଳରେ ଚେନ୍ନଇ ସୁପର କିଙ୍ଗ୍‍ସ ପ୍ଲେଅଫ୍‍ରେ ସ୍ଥାନ ନିଶ୍ଚିତ କରିପାରିଛି । ରାୟୁଡୁଙ୍କ ଅପରାଜିତ ୧୦୦ ରନ୍‍ ଓ ସେନ୍‍ ୱାଟ୍‍ସନଙ୍କ ଅର୍ଦ୍ଧଶତକ ବଳରେ ସନ୍‍ରାଇଜର୍ସ ହାଇଦରାବାଦକୁ ୮ ୱିକେଟରେ ଚେନ୍ନଇ ପରାସ୍ତ କରିଛି । ପୂର୍ବରୁ ସନ୍‍ରାଇଜର୍ସ ପ୍ଲେଅଫ୍‍ରେ ପହଞ୍ଚି ସାରିଥିବା ବେଳେ ୨ୟ ଦଳ ଭାବେ ପ୍ଲେଅଫ୍‍ରେ ଚେନ୍ନଇ ପହଞ୍ଚିଛି ।

ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୪ ୱିକେଟ ହରାଇ କରିଥିଲା ୧୭୯ ରନ୍ । ଦଳ ପକ୍ଷରୁ ଓପନର ଶିଖର ଧାୱନ ୭୯ ଓ ଅଧିନାୟକ କେନ୍ ୱିଲିୟମସନ୍ ୫୧ ରନ୍ କରିଥିଲେ । ଜବାବରେ ଚେନ୍ନାଇ ଆରମ୍ଭରୁ ଦୃଢ଼ ବ୍ୟାଟିଂ କରିଥିଲା । ଚେନ୍ନାଇର ଦୁଇ ଓପନର ସେନ ୱାଟସନ ଓ ଅମ୍ବାତି ରାଇଡୁ ଧୂଆଁଧାର ବ୍ୟାଟିଂ କରିଥିଲେ । ହାଇଦ୍ରାବାଦ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର ଜାରି ରଖିଥିଲେ ଏଡି ଦୁଇ ଷ୍ଟାଇଲିସ୍ ବ୍ୟାଟସମ୍ୟାନ । ସେନ୍ ୱାଟସନ୍ ୩୫ ବଲରୁ ୫ ଚୌକା ଓ ୩ ଛକା ସହାୟତାରେ ୫୭ ରନ୍ କରିଥିଲେ ।

ରାଇଡୁ ୬୨ ବଲରୁ ୭ଟି ଚୌକା ଓ ୭ଟ ଦର୍ଶନୀୟ ଛକା ସହ ସେ ଅପରାଜିତ ଶତକ ହାସଲ କରିଥିଲେ । ଏହାସହ ଚେନ୍ନାଇ ୧୨ ମ୍ୟାଚରୁ ୮ଟି ଜିତି ପ୍ଲେ ଅଫରେ ପହଂଚିଛି । ସେପଟେ ଅନ୍ୟ ଏକ ମ୍ୟାଚରେ ମୁମ୍ବାଇକୁ ୭ ୱିକେଟରେ ହରାଇ ଦେଇଛି ରାଜସ୍ଥାନ ରୟାଲ୍ସ । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୮ ରନ୍ କରିଥିଲା ମ୍ମୁମ୍ବାଇ ପକ୍ଷରୁ ଏଭିନ୍ ଲୁଇସ୍ ୬୦, ସୂର୍ଯ୍ୟକୁମାର ଯାଦବ ୩୮ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୬ ରନ୍ କରିଥିଲେ ।

ଜବାବରେ ଜୋସ୍ ବଟଲରଙ୍କ ଚମକ୍ରାର ବ୍ୟାଟିଂ ଫଳରେ ରାଜସ୍ଥାନ ସହଜରେ ବିଜୟ ହାସଲ କରି ନେଇଥିଲା । ବଟଲର ୫୩ ବଲରୁ ୯ ଚୌକା ଓ ୫ ଛକା ସହାୟତାରେ ୯୪ ରନ୍ କର ନଟ୍ଆଉଟ ରହିଥିଲେ । ଏହି ବିଜୟ ସହ ରାଜସ୍ଥାନ ପ୍ଲେ ଅଫରେ ପହଂଚିବା ଆଶା ଉଜ୍ଜୀବୀତ ରଖିଛି । ରାଜସ୍ଥାନ ୧୨ଟି ମ୍ୟାଚରୁ ଏପର୍ଯ୍ୟନ୍ତ ୬ଟି ଜିତିଥିବା ବେଳେ ୬ଟି ହାରିଛି ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ଏହି ସବୁ ଜିନିଷ , ମିଳିପାରେ ମା ଲକ୍ଷ୍ମୀଙ୍କ କୃପା

Related posts

Roelant Oltmans Discharged As Chief Coach Of The Indian Men’s Hockey Team

ENO Beuro

ଆଜି ବାରବାଟୀ ଷ୍ଟାଡିୟମ ଆସିବେ ବଲିଉଡ ଟାଇଗର

ENO Beuro

ଭୁବନେଶ୍ଵରର କିଟ୍‌ କ୍ରିକେଟ୍‌ ପଡ଼ିଆରେ ଆଜିଠୁ ଆରମ୍ଭ ରଣଜୀ ଟ୍ରଫିର ଚତୁର୍ଥ ରାଉଣ୍ଡ

ENO Beuro

Leave a Comment