SPORTS

ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ର ରୋମାଞ୍ଚକର ବିଜୟ

ଧୋନି ଧମାକା ସତ୍ତ୍ବେ ଚେନ୍ନାଇ ପରାସ୍ତ, ବାଙ୍ଗାଲୋର୍‌ ୧ ରନ୍‌ରେ ଜିତିଲା

ଆଇପିଏଲ୍‌ର ୩୯ତମ ମ୍ୟାଚ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌   ରୋମାଞ୍ଚକ ଭାବେ ୧ ରନ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ହରାଇ ଦେଇଛି। ବାଙ୍ଗାଲୁରୁର ଏମ୍.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗତକାଲି ଖେଳାଯାଇଥିବା ଆଇପିଏଲ-୧୨ ବିଜୟୀ ହୋଇଛି ବାଙ୍ଗାଲୋର। ଆରସିବିର ୧୬୧ ରନ୍‌ ଜବାବରେ ମହେନ୍ଦ୍ର ସିଂହ ଧୋନି   (୮୪*, ୪୮ ବଲ, ୫ ଚୌକା, ୭ ଛକା)ଙ୍କ ବିସ୍ଫୋରକ ପାଳି ସତ୍ତ୍ବେ ୧୬୦/୮‌ରେ ସୀମିତ ରହିଯାଇଥିଲା। ଶେଷ ଓଭରରୁ ୨୪ ରନ୍ ଆଦାୟ କରିବା ସତ୍ତ୍ବେ ଚେନ୍ନାଇ ବିଜୟ ପାଇ ପାରିନଥିଲା। ଉଭୟ ଦଳ ନିଜ ନିଜର ୧୦ମ ମ୍ୟାଚ୍‌ ଖେଳିଥିବାବେଳେ କୋହଲି ତୃତୀୟ ବିଜୟ ଏବଂ ଧୋନି ତୃତୀୟ ପରାଜୟ ବରଣ  କରିଥିଲେ।

ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିବା ଧୋନି ବାହିନୀ କୋହଲିଙ୍କ ଆରସିବି  ଦଳକୁ ୧୬୧/୧ରେ ସୀମିତ ରଖିଥିଲା। ବିରାଟ କୋହଲି (୯) ସଅଳ ଆଉଟ୍ ହୋଇଯିବା ପରେ ପାର୍ଥିବ ପଟେଲଙ୍କ ବ୍ୟାଟ୍‌ରୁ ଚଳିତ ଋତୁର ପ୍ରଥମ ଅର୍ଧଶତକ (୫୩, ୩୭ ବଲ, ୨ ଚୌକା, ୪ ଛକା) ମିଳିଥିଲା। ମଧ୍ୟକ୍ରମରେ ଏବି ଡି’ଭିଲିୟର୍ସ (୨୫, ୧୯ ବଲ୍‌), ଅକ୍ଷଦୀପ ନାଥ (୨୪, ୨୦ ବଲ), ମୋଇନ୍ ଅଲୀ (୨୬, ୧୬ ବଲ୍‌) ଭଲ ଅବଦାନ ଦେଇଥିଲେ। ଆରସିବିର ୧୬୧ ରନ୍‌ ଜବାବରେ ମହେନ୍ଦ୍ର ସିଂହ ଧୋନି (୮୪*, ୪୮ ବଲ, ୫ ଚୌକା, ୭ ଛକା)ଙ୍କ ବିସ୍ଫୋରକ ପାଳି ସତ୍ତ୍ବେ ୧୬୦/୮‌ରେ ସୀମିତ ରହିଯାଇଥିଲା। ଶେଷ ଓଭରରୁ ୨୪ ରନ୍ ଆଦାୟ କରିବା ସତ୍ତ୍ବେ ଚେନ୍ନାଇ ବିଜୟ  ପାଇ ପାରିନଥିଲା।
ପଢନ୍ତୁ: ଆର୍‌ସିବିର ୨ୟ ବିଜୟ

Related posts

ଚତୁର୍ଥ ଦିନିକିଆ: ପ୍ରଥମେ ବ୍ୟାଟିଂ କରିବ ଭାରତ

ENO Beuro

ଆଇସିସି ଟେଷ୍ଟ ମାନ୍ୟତା: ସପ୍ତମକୁ ଉଠିଲେ ଅଶ୍ଵିନ

ENO Beuro

ଦ୍ଵିତୀୟ ଟି-୨୦ରେ ୧୪୩ ରନରେ ଆୟରଲାଣ୍ଡକୁ ହରାଇଲା ଭାରତ

ENO Beuro

1 comment

Leave a Comment