SPORTS

ଆଇପିଏଲ ୧୧ : ଚେନ୍ନାଇ ସୁପର କିଙ୍ଗସ୍‌ ଚାମ୍ପିଅନ୍‌ !

୮ ଓ୍ଵିକେଟ୍‌ରେ ସନ୍‌ରାଇଜର୍ସ ହାରିଲା

ଚେନ୍ନାଇ ସୁପରକିଙ୍ଗ୍‌ସ ପୁଣି ଥରେ ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଛି । ଦୁଇ ବର୍ଷର ବାସନ୍ଦରୁ ଫେରିବା ପରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଏହି ଟିମ୍‌ ଚମକପ୍ରଦ ପ୍ରଦର୍ଶନ କରି ତୃତୀୟ ଥର ଏହି ସଫଳତା ହାସଲ କରିଛି । ରବିବାର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ସନ୍‌ରାଇଜର୍ସକୁ ୮ ଓ୍ଵିକେଟ୍‌ରେ ହରାଇ ଫାଇନାଲ୍‌ ମ୍ୟାଚ ଜିତିଛି ।

ସେନ୍‌ ଓ୍ଵାଟ୍‌ସନ୍‌ (୧୧୭*, ୫୭ ବଲ୍‌, ୧୧ ଚୌକା, ୮ ଛକା)ଙ୍କ ଆକର୍ଷଣୀୟ ଶତକ ବଳରେ ସନ୍‌ରାଇଜର୍ସ ଦେଇଥିବା ୧୭୯ ରନ୍‌ର ଲକ୍ଷ୍ୟକୁ ଚେନ୍ନାଇ ୯ ବଲ୍‌ ପୂର୍ବରୁ ହାସଲ କରିନେଇଥିଲା । ସନ୍‌ରାଇଜର୍ସ ପକ୍ଷରୁ ଧାର୍ଯ୍ୟ ୧୭୯ ରନ ବିଜୟ ଲକ୍ଷ୍ୟର ପିଛା କରି ଚେନ୍ନାଇ ୧୮.୩ ଓଭରରେ ୨ ଉଇକେଟ ହରାଇ ୧୮୧ ରନ ସଂଗ୍ରହ କରି ନେଇଥିଲା । ଏହାକୁ ମିଶାଇ ଚେନ୍ନାଇ ତୃତୀୟ ଥରପାଇଁ ଆଇପିଏଲ ଟାଇଟଲ ହାସଲ କରିଛି ।

ଲିଗ୍‌ ପର୍ଯ୍ୟାୟରେ ୨ଥର, କ୍ୱାଲିଫାୟର-୧ ଓ ଏବେ ଫାଇନାଲରେ ବାଜି ମାରିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ସୁପରକିଙ୍ଗ୍ସ । ଆଇପିଏଲ ଇତିହାସରେ ଏହା ପ୍ରଥମ ଘଟଣା । ଚେନ୍ନାଇ ୭ ବର୍ଷ ପରେ ପ୍ରଥମ ଥର ବିଜେତା ହେବା ସହିତ ମୁମ୍ବାଇ ଇଣ୍ଡିଆନ୍‌ସର ସର୍ବାଧିକ ୩ ଥର କୀର୍ତିମାନର ସମକକ୍ଷ ହୋଇଛି । ପୂର୍ବରୁ ମୁମ୍ବାଇ ୨୦୧୩, ୨୦୧୫ ଏବଂ ୨୦୧୭ରେ ବିଜେତା ହୋଇଥିଲା । ସେହିଭଳି ଚେନ୍ନାଇ ଏହାପୂର୍ବରୁ ୨୦୧୦ ଓ ୨୦୧୧ରେ ବିଜେତା ମୁକୁଟ ନେଇଥିଲା ।

ଚେନ୍ନାଇ ସୁପରକିଙ୍ଗ୍‌ସ ସପ୍ତମ ଥର ଫାଇନାଲ୍ ଖେଳି ତୃତୀୟ ଥର ପାଇଁ ଚାମ୍ପିଅନ୍ ହୋଇଛି । ଏହାସହ ୪ ଥର ରନର୍ସଅପ୍ ହୋଇଛି। ବିଜେତା ସିଏସ୍‌କେ ଟିମ୍‌କୁ ୨୦ କୋଟି ଟଙ୍କା ପୁରସ୍କାର ରାଶି ମିଳିଥିବା ବେଳେ ରନର୍ସଅପ୍ ଭାବେ ସନରାଇଜର୍ସକୁ ମିଳିଛି ୧୨.୫ କୋଟି ଟଙ୍କା ।

ପଢନ୍ତୁ ;

କର୍କଟ ରୋଗକୁ ନିୟନ୍ତ୍ରଣ କରିଥାଏ ଟମାଟୋ ଜୁସ୍‌! ଜାଣନ୍ତୁ ଏହାକୁ ପ୍ରତିଦିନ ପିଇବା ଦ୍ଵାରା କଣ ଲାଭ ମିଳିଥାଏ

Related posts

ବିଶ୍ବକପରେ ହାରିବା ପରେ ଭାରତୀୟ ଦଳରେ ଫାଟ

Ratnamani Moharana

ଯେକୌଣସି ସ୍ଥାନରେ କ୍ରିକେଟରଙ୍କ ଡୋପ୍ ଟେଷ୍ଟ କରିପାରିବ ‘ନାଡା’

Ratnamani Moharana

ଅଲମ୍ପିକ୍ସ ଦୌଡରେ ଇରଫାନ୍‌

Ratnamani Moharana

1 comment

Leave a Comment