SPORTS

ଆଇପିଏଲ-୧୧ : ଚେନ୍ନାଇ ସୁପରକିଙ୍ଗ୍ସର ରୋମାଞ୍ଚକର ବିଜୟ

୫ ଉଇକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ

ଦୁଇ ବର୍ଷ ପରେ ଆଇପିଏଲକୁ ଫେରିଥିବା ଚେନ୍ନାଇ ସୁପର କିଙ୍ଗସ୍ ଜାରି ରଖିଛି ବିଜୟ ଅଭିଯାନ । ସାମ ବିଲିଙ୍ଗ୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଚେନ୍ନାଇ ସୁପର କିଙ୍ଗ୍ସ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୫ ଉଇକେଟରେ ପରାସ୍ତ କରିଛି । କୋଲକାତା ପକ୍ଷରୁ ଧାର୍ଯ୍ୟ ୨୦୩ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଚେନ୍ନାଇ ୧୯.୫ ଓଭରରେ ୫ ଉଇକେଟ ହରାଇ ୨୦୫ ରନ ସଂଗ୍ରହ କରି ନେଇଥିଲା। ଚେନ୍ନାଇ ଏହାର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା ।

ଆନ୍ଦ୍ରେ ରସେଲ ମାତ୍ର ୩୬ଟି ବଲରେ ୮୮ ରନର ଧୂଆଁଧାର ଇନିଙ୍ଗସ୍ ଖେଳିଥିଲେ । ରସେଲ ଏହି ଇନିଂଗସରେ ୧୧ଟି ବିଶାଳ ଛକା ମାରିଥିଲେ । ଚେନ୍ନାଇ ପକ୍ଷରୁ ସେନ୍ ୱାଟସନ୍ ୪୨, ଅମ୍ବାତି ରାଇଡୁ ୩୯ ରନ୍ କରିଥିଲେ । ଏହାସହ ସାମ୍ ବ୍ଲିଙ୍ଗ ୫୬ ରନ୍ କରିଥିବା ବେଳେ ଗତ ମ୍ୟାଚର ହିରୋ ବ୍ରାଭୋ ଲଡୁଆ ବ୍ୟାଟିଂ କରି ୫ଟି ବଲରେ ୧୧ ରନ୍ କରିଥିଲେ । ଏହି ବିଜୟ ସହ ଚେନ୍ନାଇ ଲଗାତର ୨ଟି ମ୍ୟାଚ୍ ଜିତି ପଏଂଟ ଟେବୁଲର ଶୀର୍ଷ ସ୍ଥାନରେ ପହଂଚିଛି । ଏହା ସହିତ ଏହି ମ୍ୟାଚରେ ୨୦୨ରନ୍ କରି ଆଇପିଏଲରେ ସର୍ବୋଚ୍ଚ ସ୍କୋରର କୀର୍ତିମାନ ସ୍ଥାପନ ହୋଇଛି । ଏହା ପୂର୍ବରୁ ୨୦୦୮ରେ କେକେଆର ବିପକ୍ଷରେ ଡେକାନ ଚାର୍ଜସ ୧୮୧ ରନ୍ କରି ରେକର୍ଡ କରିଥିଲା ।

ତେବେ ମ୍ୟାଚରେ ମୋଟ ୩୧ ଛକା (କୋଲକାତା-୧୭, ଚେନ୍ନାଇ-୧୪) ମଧ୍ୟ ଆଇପିଏଲ୍ କୀର୍ତିମାନ ହୋଇଥିଲା। ଗତବର୍ଷ ଦିଲ୍ଲୀ-ଗୁଜରାଟ ମ୍ୟାଚ୍ରେ ମଧ୍ୟ ୩୧ ଛକା ଦେଖିବାକୁ ମିଳିଥିଲା। ସେହିଭଳି ୨୦୨ ରନ୍କୁ ପଛରେ ପକାଇଦେବା ପରେ ଚେନ୍ନାଇ ମଧ୍ୟ କୋଲକାତା ବିପକ୍ଷରେ ସଫଳ ପଶ୍ଚାତଧାବନ ବିଜୟ ହାସଲ କରିଥିଲା। ଚେନ୍ନାଇର ଶ୍ରେଷ୍ଠ ପଶ୍ଚାଧାବନ ବିଜୟ କିନ୍ତୁ ରହିଛି ୨୦୬ ରନ୍ (ବନାମ ଆରସିବି, ୨୦୧୨) ।

ସଂକ୍ଷିପ୍ତ ସ୍କୋର :-
କୋଲକାତା ନାଇଟ୍ ରାଇଡର୍ସ: ୨୦ ଓଭରରେ ୨୦୨/୬ (ଆନ୍ଦ୍ରେ ରସେଲ୍-୮୮ଞ୍ଚ, ରବିନ୍ ଉଥପ୍ପା-୨୯, ଦୀନେଶ କାର୍ତିକ-୨୬, କ୍ରିସ୍ ଲିନ-୨୨, ସେନ୍ ଓ୍ଵାଟ୍ସନ୍-୨/୩୯, ହଭରଜନ ସିଂହ-୧/୧୧, ରବୀନ୍ଦ୍ର ଜାଦେଜା-୧/୧୯, ସାର୍ଦୁଲ ଠାକୁର-୧/୩୭) ।

ଚେନ୍ନାଇ ସୁପର କିଙ୍ଗ୍ସ: ୧୯.୫ ଓଭରରେ ୨୦୫/୫ (ସାମ୍ ବିଲିଙ୍ଗ୍ସ-୫୬, ସେନ୍ ଓ୍ଵାଟ୍ସନ୍-୪୨, ଅମ୍ବାତି ରାୟୁଡୁ-୩୯, ମହେନ୍ଦ୍ର ସିଂହ ଧୋନି-୨୫, ଟମ୍ କୁରାନ୍-୨/୩୯, ସୁନୀଲ ନରିନ-୧/୧୭, କୁଲଦୀପ ଯାଦବ-୧/୨୭, ପୀୟୂଷ ଚାଓ୍ଵଲା-୧/୪୯)।

ପଢନ୍ତୁ ;

ବହୁତ ଜଲଦି ଦର୍ଶକଙ୍କ ପାଖକୁ ଆସୁଛି ଏକ ନୂତନ ଧରଣର ଡକୁମେଣ୍ଟାରି ଓଡିଆ ଚଳଚିତ୍ର

Related posts

ଦିନିକିଆ ମାନ୍ୟତା:ଶୀର୍ଷ ମାନ୍ୟତା ସହ ରେଟିଂ ପଏଣ୍ଟରେ ରେକର୍ଡ କଲେ କୋହଲି

ENO Beuro

ବିଶ୍ୱକପ୍‌ ହକି ପାଇଁ ଅନ୍‌ଲାଇନ ଟିକେଟ୍‌ ବିକ୍ରି ଆରମ୍ଭ

ENO Beuro

କୋହଲିଙ୍କ ଭବିଷ୍ୟତକୁ ନେଇ ଜ୍ୟୋତିଷଜ୍ଞ ନରେନ୍ଦ୍ର ବୁନ୍ଦେ କଣ କହିଲେ ଜାଣନ୍ତୁ ?

ENO Beuro

Leave a Comment