SPORTS

ସନ୍‌ରାଇଜର୍ସକୁ ପରାସ୍ତ କରି ପୁଣି ଶୀର୍ଷରେ ଚେନ୍ନାଇ ସୁପର କିଙ୍ଗସ

ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ  ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୪ ୱିକେଟ୍‌ରେ ହରାଇ ଚେନ୍ନାଇ ସୁପର୍ କିଙ୍ଗ୍ସ ପୁଣି ପଏଣ୍ଟ ଟେବୁଲ୍‌ ଶୀର୍ଷକୁ ଫେରିଛି। ଧୋନିଙ୍କ ଦଳ ମଧ୍ୟ ଲଗାତାର ପରାଜୟ ଧାରାକୁ ଭାଙ୍ଗି ୧୧ତମ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହିତ ପ୍ଳେ ଅଫ୍‌ ପ୍ରବେଶକୁ ଏକ ପ୍ରକାର ନିଶ୍ଚିତ କରିଛି।

ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି  ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ଦ୍ୱିତୀୟ ଓଭରରେ ଝଟକା ଲାଗିଥିଲା । ଚେନ୍ନାଇର ଭେଟେରାନ୍ ସ୍ପିନର ହରଭଜନ ସିଂହ  ଭ୍ରମଣକାରୀ ଟିମର ଓପ୍ନର ବେୟାରଷ୍ଟୋଙ୍କୁ ଆଉଟ୍ କରିଥିଲେ । ଅନ୍ୟତମ ଓପ୍ନର ୱାର୍ଣ୍ଣର ନିଜର ଜବରଦସ୍ତ ଫର୍ମ ଜାରି ରଖି ଟିମକୁ ବିପଦରୁ ରକ୍ଷା କରିଥିଲେ । ଚଳିତ ସିଜନରେ ପ୍ରଥମଥର ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମନିଷ ୱାର୍ଣ୍ଣରଙ୍କୁ ଭରପୂର ସହଯୋଗ କରିଥିଲେ । ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୧୫ ରନର ଶତକୀୟ  ପାର୍ଟନରଶିପ୍ କରିଥିଲେ । ୱାର୍ଣ୍ଣର ୩୯ ବଲରେ ଓ ମନିଷ ୨୫ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ ।

ୱାର୍ଣ୍ଣରଙ୍କ ଆଉଟ୍ ପରେ ହାଇଦ୍ରାବାଦ ରନ୍  ଗତି ହ୍ରାସ ପାଇଥିଲା । ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବିଜୟ ଶଙ୍କର ଭଲ ଖେଳିଥିଲେ ହେଁ, ଦଳକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ । ଅନ୍ୟପକ୍ଷରେ ମନିଷ ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିବାରେ ବିଫଳ ହୋଇଥିଲେ । ଯେଉଁ କାରଣରୁ ହାଇଦ୍ରାବାଦ ୧୭୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ଶଙ୍କର ୨୦ ବଲରେ ୨ ଚୌକା ଓ ୧ ଛକା ସହ ୨୬ ରନ୍ କରି ଆଉଟ୍ ହୋଇଥିଲେ । ୟୁସୁଫ ପଠାନ୍ ୫ ରନ୍ କରି ଅପରାଜିତ ଥିଲେ । ଚେନ୍ନାଇ ପକ୍ଷରୁ ହରଭଜନ ୩୯ ରନ୍ ଦେଇ ୨ଟି ଓ ଦୀପକ ଚହର୍ ଗୋଟିଏ ୱିକେଟ୍ ନେଇଛନ୍ତି ।

ପଢନ୍ତୁ: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ର ରୋମାଞ୍ଚକର ବିଜୟ

Related posts

୫୧ ରନ୍‌ରେ ଆସାମକୁ ହରାଇଛି ଓଡ଼ିଶା

ENO Beuro

ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ୍‌ ଏସୀୟ ଇନ୍‌ଡୋର୍‌ ଦୌଡ଼କୁଦରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି

ENO Beuro

ପ୍ରଥମଥର ଅଷ୍ଟ୍ରେଲିଆରେ ଟେଷ୍ଟ ଓ ଦିନିକିଆ ସିରିଜ୍ ଜିତିଲା ଭାରତ

ENO Beuro

1 comment

Leave a Comment