SPORTS

ଚେନ୍ନାଇ ସୁପର କିଙ୍ଗସର ବିଜୟ ଧାରା ଜାରି: ୪ ୱିକେଟରେ ରାଜସ୍ଥାନକୁ ହରାଇଲା

ନାଟକୀୟ ଢଙ୍ଗରେ ଶେଷ ଓଭରରେ ୧୮ ରନ୍ ସଂଗ୍ରହ କରି ଚେନ୍ନାଇ ସୁପରକିଙ୍ଗ୍ସ  ଗୁରୁବାର ରାଜସ୍ଥାନ ରୟାଲ୍ସ  ହରାଇଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଟିମ୍ ନିର୍ଦ୍ଧାରିତ ଓଭରରେ ୭ ଓ୍ୱିକେଟ ହରାଇ ୧୫୧ରନ୍‌ କରିଥିଲା।  ଜବାବରେ ଚେନ୍ନାଇ ଟିମ୍ ମାତ୍ର ୨୪ରନରେ ୪ଟି ଓ୍ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।ଅଧିନାୟକ ମହେନ୍ଦ୍ର ସିଂ ଧୋନୀ  ୫୮, ଅମ୍ବାତି ରାଇଡୁ ୫୭ରନ କରି ଦଳକୁ ବିଜୟୀ କରାଇଥିଲେ। କଡ଼ା ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ଏହି ମ୍ୟାଚରେ ଚେନ୍ନାଇକୁ ବିଜୟ ପାଇଁ ୧୮ରନ୍ ଆବଶ୍ୟକ ହେଉଥିଲା।

ଚେନ୍ନାଇ ସୁପର କିଙ୍ଗ୍ସର ବାମହାତୀ ‌ସ୍ପିନର ରବୀନ୍ଦ୍ର ଜାଦେଜା  ଗୁରୁବାର ୧୦୦ ଆଇପିଏଲ୍‌ ୱିକେଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସେ ଦୁଇ ୱିକେଟ୍‌ ଅକ୍ତିଆର କରି ପ୍ରଥମ ବାମହାତୀ ସ୍ପିନର  ଭାବେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ। ଆଇପିଏଲ ଇତିହାସରେ ୧୦୦ ମ୍ୟାଚ ଜିତିଥିବା ପ୍ରଥମ କ୍ୟାପଟେନ ବନିଯାଇଛନ୍ତି ଧୋନୀ

ପଢନ୍ତୁ: ୩ ୱିକେଟରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ: ରାହୁଲଙ୍କ ଶତକ ଫିକା

Related posts

ବିଜୟ ହଜାରେ ଟ୍ରଫି: ପ୍ରତିଯୋଗିତାରେ ଓଡିଶା ହାସଲ କରିଛି ଦ୍ୱିତୀୟ ବିଜୟ

ENO Beuro

ଆଇପିଏଲରୁ ବିଦା ହେଲେ ଷ୍ଟିଭ ସ୍ମିଥ : ଷ୍ଟିଭ ସ୍ମିଥଙ୍କ ସ୍ଥାନ ନେଲେ ଆଜିଙ୍କ୍ୟ ରାହାଣେ

ENO Beuro

୫ ମାସ ଲାଗି କ୍ରିକେଟରୁ ନିଲମ୍ବିତ ହେଲେ ୟୁସୁଫ ପଠାନ

ENO Beuro

Leave a Comment