SPORTS

ଷ୍ଟାର କନସଲ୍ଟାନ୍ସିର ବେଆଇନ ଅର୍ଥ କାରବାର ମାମଲା:ଚେସ୍ ତାରକା ପଦ୍ମିନୀଙ୍କୁ ୨ ଘଣ୍ଟା ଜେରା

padmini

ଚେସ ତାରକା ପଦ୍ମିନୀ ରାଉତ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ଚିଟଫଣ୍ଡ୍ ସଂସ୍ଥା ଷ୍ଟାର କନସଲଟାନ୍ସି ସହ ପଦ୍ମିନୀଙ୍କ ସମ୍ପର୍କ ନେଇ ଇଡି ଅଧିକରୀମାନେ ତାଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ପ୍ରାୟ ୨ଘଣ୍ଟାର ଜେରା ପରେ ଇଡି କାର୍ଯ୍ୟାଳୟରୁ ଫେରିବା ପରେ ଏ ସମ୍ବନ୍ଧରେ ପ୍ରତିକ୍ରିୟା ରଖିଛନ୍ତି ପଦ୍ମିନୀ।

ପଦ୍ମିନୀ କହିଛନ୍ତି ଯେ ମୋତେ ପୂର୍ବରୁ ଇଡି ପକ୍ଷରୁ ନୋଟିସ ହୋଇଥିଲେ ସୁଦ୍ଧା ମୁଁ ଜାଣିପାରିନଥିଲି । ଆଜି ସେଠାକୁ ଯିବା ପରେ ମୋତେ ପ୍ରାୟ ୨ ଘଣ୍ଟା କାଳ ଷ୍ଟାର କନସଲଟାନ୍ସି ସହ ସମ୍ପର୍କ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ମାତ୍ର ପଦ୍ମିନୀ ନିଜ ଉତ୍ତରରେ ଷ୍ଟାର କନସଲଟାନ୍ସି ମୁଖ୍ୟ ତ୍ରିବେଣୀ ମହାନ୍ତି ତାଙ୍କର କେବଳ ପ୍ରଯୋଜକ ଥିଲେ ଓ ଆଉ କିଛି ସେ ଜାଣିନଥିଲେ ବୋଲି ଇଡି ଅଧିକାରୀଙ୍କ ଆଗରେ ପ୍ରକାଶ କରିଥିବା ଗଣମାଧ୍ୟମ ଆଗରେ କହିଛନ୍ତି।

padmini

ଅଗଷ୍ଟ ୮ରେ ପଦ୍ମିନୀଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା। ତେବେ ପଦ୍ମିନୀ ହାଜର ହେବା ପାଇଁ ସମୟ ନେଇଥିଲେ। ଜୁଲାଇ ୩ରେ ଅଭିନେତା ଶ୍ରୀତମ ଦାସ ଇଡିରେ ହାଜର ହୋଇଥିଲେ। ଦୀର୍ଘ ୬ ଘଣ୍ଟା ଧରି ଇଡି କାର୍ଯ୍ୟାଳୟରେ ଶ୍ରୀତମ ରହିଥିଲେ। ସେଠାରୁ ବାହାରିବା ପରେ ଶ୍ରୀତମ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ ଯେ, ଷ୍ଟାର କନ୍‍ସଲ୍‍ଟାନ୍ସିର ମୁଖ୍ୟ ତ୍ରିବେଣୀ ମହାନ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଲାଗି ଇଡି ପକ୍ଷରୁ ତାଙ୍କୁ ଡକାଯାଇଥିଲା। ଶ୍ରୀ ମହାନ୍ତିଙ୍କର ଏକ ଚଳଚ୍ଚିତ୍ରରେ ସେ ନିର୍ଦେଶନା ଦେବା ସହିତ ଅଭିନୟ କରିଥିଲେ।

ପଢନ୍ତୁ; କେରଳରେ ୧୦୦ ବର୍ଷରେ ସବୁଠୁ ପ୍ରଳୟଙ୍କରୀ ବନ୍ୟା:୩୨୪ ମୃତ,୨ଲକ୍ଷ ବିସ୍ଥାପିତ

Related posts

ବାଂଲାଦେଶ ୭ ୱିକେଟରେ ହାରିଲା:ଜାଡେଜା,ରୋହିତ ଜିତାଇଲେ

ENO Beuro

ଭାରତର ଲଜ୍ଜାଜନକ ପରାଜୟ,୮ ୱିକେଟରେ ଜିତିଲା ନ୍ୟୁଜିଲ୍ୟାଣ୍ଡ

ENO Beuro

ବାର୍ଷକୁ ୧୦ କୋଟି ଟଙ୍କା ବେତନ ପାଇବେ ରବି ଶାସ୍ତ୍ରୀ

Ratnamani Moharana

Leave a Comment