EnewsOdia.Com

ଜାତୀୟ ସଙ୍ଗୀତ ଗାଇ ଲିଭାଇଦେଲେ ସିଏଏ ନିଆଁ

ସାରା ଦେଶରେ ହୁହୁ ହୋଇ ଜଳୁଛି ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନର ନିଆଁ। ଏହାକୁ ପ୍ରଶମିତ କରିବା ପାଇଁ କେଉଁଠି ଲାଠି ମାଡ଼ ତ କେଉଁଠି ପାଣି ମାଡ଼ ଏବଂ ଗୁଳି ଯାଏ କଥା ଯାଉଛି। କିନ୍ତୁ ବେଙ୍ଗାଲୁରୁର ଜଣେ ଡିସିପି ଚେତନ ସିଂହ ଠାକୁର ଅଭିନବ ଉପାୟରେ ଆନ୍ଦୋଳନକାରୀଙ୍କୁ ବୁଝାଇବାରେ ସମର୍ଥ ହୋଇଛନ୍ତି। ସେ ଲାଠି ନୁହେଁ ବରଂ ଜାତୀୟ ସଙ୍ଗୀତକୁ ଅସ୍ତ୍ର କରିଛନ୍ତି।

ସେ ପ୍ରଥମେ ଆନ୍ଦୋଳନରେ ହିଂସା ବାବଦରେ ସଚେତନ କରିବା ସହ ସମସ୍ତଙ୍କୁ ହଟିବାକୁ କହିଥିଲେ। କିନ୍ତୁ ସେମାନେ ଜାଗା ଖାଲି ନ କରିବାରୁ ସେ ପୁଣି ବୁଝାଇବା ସହ ଜାତୀୟ ସଙ୍ଗୀତ ଗାଇବାକୁ କହିଥିଲେ। ସେ ଏହି ଗୀତ ଗାଇବା ନେଇ କହିଥିଲେ, ମୁଁ ଏବେ ଏକ ଗୀତ ଗାଇବି ମୋ ସହ ସମସ୍ତେ ସ୍ୱର ମିଶାଇବେ।

ଏହାପରେ ଉପସ୍ଥିତ ଆନ୍ଦୋଳନକାରୀ ବଡ଼ ପାଟିରେ ହଁ ଭରିବା ସହ ଡିସିପିଙ୍କ ସହ ଜାତୀୟ ସଙ୍ଗୀତ ଗାଇବା ଆରମ୍ଭ କରିଥିଲେ। ଏପରିକି ସେମାନେ ସମସ୍ତେ ଏକ ସ୍ୱରରେ ଜୟ ହିନ୍ଦ ନାରା ମଧ୍ୟ ଦେଇଥିଲେ। ଜାତୀୟ ସଙ୍ଗୀତ ଗାଇବା ପରେ ସେମାନେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିବା ଏଏନ୍‌ଆଇ ପକ୍ଷରୁ କୁହାଯାଇଛି।

ପଢନ୍ତୁ: ଫାଶୀ ପୂର୍ବରୁ ମରିଗଲେ ବି ସର୍ବସାଧାରଣରେ ୩ ଦିନ ଝୁଲିବେ ମୁଶାରଫ୍‌

ସମ୍ବନ୍ଧିତ ଖବର

ଇରାନ-ଆମେରିକା ବିବାଦରେ ମଧ୍ୟସ୍ଥତା କରିବ କି ଭାରତ!

Ratnamani Maharana

ଆସନ୍ତାକାଲି ବଡ଼ଦିନ : ଆଜି ମଧ୍ୟରାତ୍ରୀରେ ଜନ୍ମନେବେ ପ୍ରଭୁ ଯିଶୁ

Ratnamani Maharana

ରିଲାଏନ୍ସ କମ୍ପାନୀରୁ ଇସ୍ତଫା ଦେଲେ ଅନିଲ ଅମ୍ବାନିଙ୍କ ଦୁଇ ପୁଅ

Ratnamani Maharana

୨୨ରେ ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ

Ratnamani Maharana

ଖୁସିରେ ଆଇସକ୍ରୀମ୍ ଖାଇଲେ ଡୋନାଲ୍‌ଡ ଟ୍ରମ୍ପ

Ratnamani Maharana

କାରୋନା ପାଇଁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସ୍ଥଗିତ ହେଲା ଆଇପିଏଲ

Ratnamani Maharana