ଭାରତର ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ପୂଜାରା ଟେଷ୍ଟରେ ଲଗାତାର ପାଞ୍ଚ ଦିନ ବ୍ୟାଟିଂ କରିବାରେ ଦୁନିଆର ନବମ ବ୍ୟାଟସମ୍ୟାନ ଏବଂ ଭାରତର ତୃତୀୟ ବ୍ୟାଟସମ୍ୟାନ ଭାବେ ତାଙ୍କ ନାମକୁ ଏକ ଖାସ ରେକର୍ଡ ସୂଚୀରେ ସାମିଲ କରିଛନ୍ତି । ପୂଜାରାଙ୍କ ପୂର୍ବରୁ ଭାରତର ଏମ. ଜୟସିହ୍ନା ଓ ରବି ଶାସ୍ତ୍ରୀ ସହ ସହ ତାଙ୍କ ପୂର୍ବରୁ ଜେଫ୍ରି ବୟକଟ, କିମ୍ ହ୍ୟୁଗ୍ସ, ଆଲାନ ଲାମ୍ବ, ଆଡ୍ରିଆନ୍ ଗ୍ରିଫିଥ, ଆଣ୍ଡ୍ର୍ୟି ଫ୍ଲିଣ୍ଟଫ ଏହି ତାଲିକାରେ ସ୍ଥାନ ପାଇ ସାରିଛନ୍ତି।
କୋଲକାତା ଟେଷ୍ଟର ପ୍ରଥମ ଦିନରେ ବର୍ଷା କାରଣରୁ କେବଳ ୧୧.୫ ଓଭର ଖେଳ ହୋଇଥିଲା । ପ୍ରଥମ ଦିନର ପ୍ରଥମ ବଲ୍ରେ ଲୋକେଶ ରାହୁଲ ଆଉଟ୍ ହେବା ପରେ ପୂଜାରା ପ୍ରଥମ ଦିନରେ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରଥମ ଦିନରେ ପୂଜାରା ୮ ରନରେ ଅପରାଜିତ ଥିଲେ। ବର୍ଷା ହେବାରୁ ନିଜ ୫୨ ରନ୍ ପାଳି ପାଇଁ ସେ ଦ୍ୱିତୀୟ ଏବଂ ତୃତୀୟ ଦିନରେ ବ୍ୟାଟିଂ କରିଥିଲେ। ସେହିଭଳି ଚତୁର୍ଥ ଦିନ ଖେଳ ଶେଷର ମାତ୍ର କିଛି ମିନିଟ୍ ପୂର୍ବରୁ ଦ୍ୱିତୀୟ ପାଳିରେ ବ୍ୟାଟିଂ ଆସି ୨ ରନ୍ରେ ଅପରାଜିତ ରହିଥିଲେ। ସୋମବାର ସକାଳେ ପୂଜାରା ନିଜ ଅସମାପ୍ତ ପାଳି ଆରମ୍ଭ କରି ପଞ୍ଚମ ତଥା ଶେଷ ଦିନରେ ଖେଳିବାର ସୁଯୋଗ ବି ପାଇଥିଲେ।
ଏଠାରେ ସୁଚନା ଦିଆଯାଇଛି ଯେ, ଜୟସିହ୍ନା ଅଷ୍ଟ୍ରେଲିଆ ବିରୋଧରେ କୋଲକାତାରେ ୧୯୬୦ରେ ଟେଷ୍ଟ ମ୍ୟାଚରେ ପାଞ୍ଚ ଦିନ ବ୍ୟାଟିଂ କରିଥିଲେ। ରବି ଶାସ୍ତ୍ରୀ ମଧ୍ୟ ୧୯୮୪ରେ ଇଂଲଣ୍ଡ ବିରୋଧରେ ଏହି ଇଡେନ ଗାର୍ଡେନ୍ସ ଟେଷ୍ଟରେ ପାଞ୍ଚ ଦିନ ବ୍ୟାଟିଂ କରିଥିଲେ।
ପଢନ୍ତୁ, ଦୁର୍ଘଟଣା ବଢୁଛି – ନା କର୍ତୃପକ୍ଷ ନା ଲୋକମାନେ, ଏଥିପାଇଁ କାହାର ନଜର ନାହିଂ