SPORTS

ଚେତେଶ୍ୱର ପୂଜାରା ଚମତ୍କାର ବ୍ୟାଟିଂ ସହ ଦ୍ୱିଶତକ ଅର୍ଜନ କରି ସୃଷ୍ଟି କରିଛନ୍ତି ନୂଆ କୀର୍ତିମାନ

ଭାରତୀୟ କ୍ରିକେଟ ଦଳର ଧୂରନ୍ଧର ଟେଷ୍ଟ୍‍ ଖେଳାଳି ଚେତେଶ୍ୱର ପୂଜାରା ଏବେ ଦ୍ୱିଶତକ ଅର୍ଜନ କରି  ନୂଆ କୀର୍ତିମାନ ସୃଷ୍ଟି କରିଛନ୍ତି। ଏହି ୨୯ ବର୍ଷୀୟ ଦକ୍ଷ ଖେଳାଳି ଝାଡ଼ଖଣ୍ଡ ବିପକ୍ଷ ରଣଜୀ ମ୍ୟାଚ୍‌ରେ ନିଜର ଦ୍ୱାଦଶ ପ୍ରଥମ ଶ୍ରେଣୀ ଦ୍ୱିଶତକ ହାସଲ କରି ବିଜୟ ମର୍ଚାଣ୍ଟ୍‌  ଯିଏକି ୧୧ଟି ଦ୍ଵିଶତକ କରିଛନ୍ତି, ତାଙ୍କୁ ପଛରେ ପକାଇ ଦେଇଛନ୍ତି। ବୁଧବାର  ଦିନ ୧୨୫ ରନ୍‌ରେ ଅପରାଜିତ ଥିବା ପୂଜାରା ଗୁରୁବାର ୨୦୪ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହି ପାଳିରେ ସେ ୩୫୫ ବଲ୍‌ ଖେଳି ୨୮ଟି  ଚୌକା ମାରିଥିଲେ।

ରାହୁଲ ଦ୍ରାବିଡ଼, ସୁନୀଲ ଗାଭାସ୍କର, ବିଜୟ ହଜାରେ ପ୍ରତ୍ୟେକ ୧୦ ଲେଖାଏଁ ଦ୍ୱିଶତକ ମାରିଥିଲେ ମଧ୍ୟ ଏବେ ତୃତୀୟକୁ ଖସିଛନ୍ତି। ବିଜୟ ମର୍ଚାଣ୍ଟଙ୍କ ନାମରେ ୧୧ ଦ୍ୱିଶତକ କୀର୍ତିମାନ ଦୀର୍ଘ ୭୦ ବର୍ଷ ଧରି ରହିଥିଲା ଯେଉଁ ସ୍ଥାନ ଏବେ ପୂଜାରା ଅଳଙ୍କୃତ କରିଛନ୍ତି । ବିଶ୍ୱସ୍ତରରେ କିନ୍ତୁ ଅଷ୍ଟ୍ରେଲୀୟ ଖେଳାଳି ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୩୭ ଦ୍ୱିଶତକ ମାରି ଏବେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି।

ପୂଜାରାଙ୍କ ଏହି ଦ୍ୱିଶତକ, ତାଙ୍କୁ ଆଗାମୀ ଦିନରେ ଭାରତର ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଯାଉଥିବା ଟେଷ୍ଟ୍‍ ଶୃଙ୍ଖଳାରେ ଖେଳିବା ପାଇଁ ଆତ୍ମବିଶ୍ୱାସ ଦେଇଛି ।

ଚେତେଶ୍ୱର ପୂଜାରା ଚମତ୍କାର ବ୍ୟାଟିଂ ସହ ଦ୍ୱିଶତକ ଅର୍ଜନ କରି ସୃଷ୍ଟି କରିଛନ୍ତି ନୂଆ କୀର୍ତିମାନ  ଚେତେଶ୍ୱର ପୂଜାରା ଚମତ୍କାର ବ୍ୟାଟିଂ ସହ ଦ୍ୱିଶତକ ଅର୍ଜନ କରି ସୃଷ୍ଟି କରିଛନ୍ତି ନୂଆ କୀର୍ତିମାନ

ପଢନ୍ତୁ, ଫସଲ ରେ ନିଆଁ ନଲଗାଇବାକୁ ଚାଷୀଙ୍କୁ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ଅନୁରୋଧ

Related posts

ଦ୍ଵିତୀୟ ଟି-୨୦: ରୋହିତଙ୍କ ଦୀପାବଳି ଭେଟି,ସିରିଜ ଜିତିଲା ଭାରତ

ENO Beuro

କେପ୍‌ଟାଉନ୍‌ ଟେଷ୍ଟ: ଦକ୍ଷିଣ ଆଫ୍ରିକା ଠାରୁ ଭାରତ ୭୨ ରନ୍‌ରେ ପରାସ୍ତ

ENO Beuro

ବଲ୍‌ ଟ୍ୟାମ୍ପରିଂ: ଅଧିନାୟକ ଓ ଉପ ଅଧିନାୟକ ପଦରୁ ବିଦା ହେଲେ ସ୍ମିଥ, ୱାର୍ନର

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More