News

ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟାକାଣ୍ଡ : ଛୋଟା ରାଜନଙ୍କୁ ଆଜୀବନ କାରାଦଣ୍ଡ

ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ଡନ୍

ବହୁ ଚର୍ଚ୍ଚିତ ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟା ମାମଲା । ମୁମ୍ବାଇ ମକୋକା କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନକୁ ଆଜୀବନ କାରାଦଣ୍ଡାଦେଶ । ସାମ୍ବାଦିକ ଜେଡି ହତ୍ୟାକାଣ୍ଡ ମାମଲାରେ ଏହି ଦଣ୍ଡାଦେଶ ଦେଇଛନ୍ତି ମକୋକା କୋର୍ଟ । ଅନ୍ୟତମ ଅଭିଯୁକ୍ତ ସାମ୍ବାଦିକା ଜିଗ୍ନା ଭୋରା ଦୋଷମୁକ୍ତ । ରାଜନଙ୍କ ସମେତ ଅନ୍ୟ ୮ ଜଣଙ୍କୁ ମଧ୍ୟ ଆଜବୀନ କାରାଦଣ୍ଡାଦେଶ ହୋଇଛି ।

୨୦୧୧ ଜୁନ ୧୧ ତାରିଖରେ ମୁମ୍ବାଇର ଜନଗହଳିପୂର୍ଣ୍ଣ ଅଂଚଳରେ ଇଂରାଜୀ ସମ୍ବାଦପତ୍ରର ବରିଷ୍ଠ ସାମ୍ବାଦିକ ଜ୍ୟୋର୍ତିମୟ ଦେଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଆଜି କୋର୍ଟ କହିଛନ୍ତି, ଛୋଟା ରାଜନଙ୍କ ଇସାରାରେ ହିଁ ହୋଇଥିଲା ହତ୍ୟାକାଣ୍ଡ । ଦୀର୍ଘ ୭ବର୍ଷ ପରେ ସ୍ୱତନ୍ତ୍ର ମକୋକା କୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତାହା ପୁଣିଥରେ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ସମସ୍ତଙ୍କ ଆସ୍ଥାକୁ ବଢାଇ ଦେଇଛି ।

ସାମ୍ବାଦିକ ଜେଡେ ଅର୍ଥାତ ଜ୍ୟୋତିର୍ମୟ ଡେ ହତ୍ୟା ମାମଲାରେ ମହାରାଷ୍ଟ୍ର କଂଟ୍ରୋଲ ଅଫ ଅର୍ଗାନାଇଜଡ କ୍ରାଇମ ଆକ୍ଟ ବଳରେ ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ପୁରା ହତ୍ୟାକାଣ୍ଡର ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଥିଲା ଛୋଟା ରାଜନ୍ । ଯେଉଁଥିପାଇଁ ସକାଳେ ତାକୁ ଦୋଷୀ ସାବ୍ୟସ୍ତ କରିବା ସହ ଅନ୍ୟ ୮ଜଣ ସହଯୋଗୀଙ୍କୁ ମଧ୍ୟ ମକୋକା କୋର୍ଟ ଆଜୀବନ କାରା ଦାଣ୍ଡାଦେଶ କରିଛନ୍ତି । ଏବେ ମୃତ୍ୟୁ ପର୍ଯ୍ୟନ୍ତ ଦିଲ୍ଲୀର ତିହାର ଜେଲରେ ରହିବ ଡନ୍ ଛୋଟା ରାଜନ।

ପଢନ୍ତୁ ;

ଖବରକାଗଜରେ ଖାଦ୍ୟ ପ୍ୟାକ୍ କରୁଛନ୍ତି କି ? ସାବଧାନ! ଏହା ଶରୀର ପ୍ରତି ହୋଇପାରେ କ୍ଷତିକାରକ!

Related posts

ଗୋଲାପୀ ମଲାଟରେ ଦେଖିବାକୁ ମିଳିଲା ଅର୍ଥନୈତିକ ସର୍ବେକ୍ଷଣ

ENO Beuro

ଧମକପୂର୍ଣ୍ଣ ଚିଠିରୁ ଦିଗ ବଦଳାଇଲା ଜେଟ ଏୟାରୱେଜର ୯ଡବ୍ଲ୍ୟୁ୩୩ ବିମାନ

ENO Beuro

ରାଜଧାନୀ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

2 comments

Leave a Comment